ଖୁଣ୍ଟୁଣୀରେ କାର୍ତ୍ତିକେଶ୍ୱର ମେଢ ଭସାଣ ବେଳେ ପୁଲିସର ଲାଠି ଚାଳନା

ଗୁରୁଡିଝାଟିଆ: ଖୁଣ୍ଟୁଣୀରେ କାର୍ତ୍ତିକେଶ୍ୱର ଭସାଣୀ ସମୟରେ ପୁଲିସ ଲାଠିଚାଳନା କରିଛି। ଗାଁ କମିଟିର ହସ୍ତକ୍ଷେପ ପରେ ସମାସ୍ୟା ସମାଧାନ ହୋଇଥିବା ସୂଚନା ମିଳିଛି। କାର୍ତ୍ତିକେଶ୍ବର ଦେବଙ୍କ ମେଢ଼ କ୍ରମାନ୍ୱୟରେ ବାହାରିଥିବା ବେଳେ ସେଥିରେ ବ୍ୟତିକ୍ରମ ହେବା ଫଳରେ ସାହିସାହି ଭିତରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏପରିକି ଗୋଟିଏ ନିର୍ଦ୍ଦିଷ୍ଟ ସାହିର କିଛି ଯୁବକ ଅନ୍ୟସାହିର ଯୁବକମାନଙ୍କୁ ପୁଲିସ ଉପସ୍ଥିତିରେ ଠେଲାପେଲା ଓ ମାରଧର କରିଥିଲେ। ପରିସ୍ଥିତକୁ ନିୟନ୍ତ୍ରଣକୁ ଆଣିବା ପାଇଁ ମୃଦୁ ଲାଠିଚାଳନା କରିଥିଲେ। ପୁଲିସର ବଳପ୍ରୟୋଗ ଓ ଲାଠି ଚାଳନାରେ ଉତକ୍ଷିପ୍ତ ହୋଇ ରାତି ପ୍ରାୟ ସାଢେ ୧୧ଟାରେ ରାଜପଥ ଅବରୋଧ କରିବା ପାଇଁ ମଧ୍ୟ ସଜବାଜ ହୋଇଥିଲେ। ଘଟଣା ସଂପର୍କରେ ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା ଓ ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଆଜି ଅପରାହ୍ନରେ ଗାଁ କମିଟିର ସଭାପତି ମନୋଜ କୁମାର ମିଶ୍ର, ସାମ୍ବାଦିକ ସଚ୍ଚିଦାନନ୍ଦ ପଣ୍ଡା, ବିଭିନ୍ନ ମେଢ କମିଟିର ସଦସ୍ୟ,ଶାନ୍ତି କମିଟିର ସଦସ୍ୟ,ଏସଡିପିଓ ଶ୍ରୀ ଲେଙ୍କା ଓ ଥାନା ଅଧିକାରୀ ଶ୍ରୀ ଖୁଣ୍ଟିଆଙ୍କ ଉପସ୍ଥିତିରେ ବିଶଦ ଭାବରେ ଆଲୋଚନା କରାଯାଇ ପରସ୍ପର ଭିତରେ ଭାଇଚାରା ଓ ବନ୍ଧୁତ୍ୱ ବଜାୟ ରଖିବା ପାଇଁ ନିବେଦନ କରିଥିଲେ। ସମସ୍ତ ମନରେ ଖୁସି ଭରିଦେବା ହେଉଛି ଯାତ୍ରାର ଉଦ୍ଦେଶ୍ୟ ଓ ବିଶୃଙ୍ଖଳା ଓ ଅପ୍ରିିତିକର ପରିସ୍ଥିତି ଗାଁର ସମ୍ମାନରେ ହାନୀ ଆଣିଥାଏ ବୋଲି ଆଲୋଚିତ ହୋଇଥିଲା। ବିଶୃଙ୍ଖଳକାରୀମାନେ ନିଜର ତୃଟି ଓ ପୋଲିସର ମୃଦୁ ଲାଠିଚାଳନା ଇତ୍ୟାଦି ସଂପର୍କରେ ଆଲୋଚନା କରାଯାଇ ପାରସ୍ପରିକ ଆପୋଷ ସମାଧାନ ହୋଇଥିଲା।

kalyan agarbati

Comments are closed.