www.samajalive.in
Sunday, December 7, 2025
18.1 C
Bhubaneswar

ଜିଲ୍ଲାପାଳଙ୍କ ଦ୍ୱାରା ଗୁପ୍ତେଶ୍ୱର ଉଦ୍ୟୋଗ ଉଦଘାଟିତ

ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ତାରାଗାଁ ପଞ୍ଚାୟତର ଚିକିଲି ଗ୍ରାମରେ ନୂତନ ଗୁପ୍ତେଶ୍ୱର ଉଦ୍ୟୋଗକୁ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଆଜି ଉଦଘାଟନ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ଶିଳ୍ପକେନ୍ଦ୍ର ନବରଙ୍ଗପୁର ମାଧ୍ୟମରେ ସରକାରଙ୍କ ତରଫରୁ ବ୍ୟାଙ୍କ ଲୋନ ମାଧ୍ୟମରେ ସ୍ୱାବଲମ୍ବି ହେବାପାଇଁ ଚିକିଲି ଗ୍ରାମର ପି. ଶ୍ରାବଣୀ ନବରଙ୍ଗପୁର ୟୁନିୟନ ବ୍ୟାଙ୍କ ତରଫରୁ ସବସିଡିରେ ଋଣ ନେଇ ଅଟା ଉତ୍ପାଦନ ଉଦ୍ୟୋଗ କରିଥିଲେ । ଉକ୍ତ ଫାକ୍ଟ୍ରି ରୁ ଅଟା ସହ ସିମେଇ ଏବଂ ପାସ୍ତା ଉତ୍ପାଦନ କରିବା ପାଇଁ ଉଦ୍ୟୋଗ କରିଥିବା ବେଳେ ଆଜି ଏହାକୁ ଜିଲ୍ଲାପାଳ ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦ୍ୟୋଗ ମାଲିକଙ୍କୁ ଭଲମାନର ସାମଗ୍ରୀ ପ୍ରସ୍ତୁତି କରି ବଜାରରେ ଭଲଦରରେ ବିକ୍ରି କରି ଏକ ସଫଳ ଉଦ୍ୟୋଗ ହେବାର ଆଶୀର୍ବାଦ କାମନା କରିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଳ୍ପକେନ୍ଦ୍ରର ମହାପ୍ରବନ୍ଧକ ବାଗେଶ୍ଵର ରାଓ ସୁବୁଦ୍ଧି, ୟୁନିୟନ ବ୍ୟାଙ୍କ ଅଧିକାରୀ ସମୀର ପାତ୍ର ଯୋଗଦେଇ ପ୍ରଧାନମନ୍ତ୍ରୀ କର୍ମ ସୃଷ୍ଟି ଯୋଜନାରେ ପି. ଶ୍ରାବଣୀଙ୍କୁ ୨୫ଲକ୍ଷ ଟଙ୍କାର ଋଣ ଦିଆଯାଇଥିବା ବେଳେ ସବସିଡି ବାବଦକୁ ୮ ଲକ୍ଷ ୭୫ ହଜାର ଟଙ୍କା ଛାଡ଼ କରାଯାଇଛି । ଏହି ଉଦ୍ୟୋଗ ଦ୍ୱାରା ଅଂଚଳର ୨୫ଜଣ ଶିକ୍ଷିତ ବେକାର ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି ବୋଲି କହିବା ସହ ଏହାର ଫାଇଦା ଉଠାଇବା ସହ ଆଗକୁ ଏଥିରୁ ମକାସୁଜି, ଅଟା ବୁନ୍ଦୀ ଆଦି କରିବାପାଇଁ ପରାମର୍ଶ ଦେଇଥିଲେ। ଜିଲା ଶିଳ୍ପକେନ୍ଦ୍ରର ଗୌରବ ସେନାପତି, ଶିଳ୍ପବିକାଶ କେନ୍ଦ୍ର ଅଧିକାରୀ ବିକ୍ରମ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories