ଗୁଣୁପୁର: ଅନୈତିକ ସମ୍ପର୍କରୁ ଜଣେ ମହିଳାଙ୍କୁ ହତ୍ୟା ମାମଲାରେ ଆଜି ତିନିଜଣ ଅଭିଯୁକ୍ତକୁ ଗିରଫ କରି ଗୁଣୁପୁର କୋର୍ଟ ଚାଲାଣ କରିଛି ରାମନାଗୁଡ଼ା ପୁଲିସ । ରାମନାଗୁଡ଼ା ଥାନା ଅନ୍ତର୍ଗତ କରଡା ଗ୍ରାମରେ ଗୁରୁବାର ଦିନ ଜଣେ ମହିଳାଙ୍କୁ କାଠ ଫାଳିଆରେ ଆକ୍ରମଣ କରିଥିଲେ। ସେଠାରେ ମହିଳା ଜଣକ ଗୁରୁତର ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରାମନାଗୁଡ଼ା ପରେ ଗୁଣୁପୁର ଏହାପରେ ପାରଳାଖେମୁଣ୍ଡି ନେଇଥିଲେ। ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ନେବା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଘଟଣାକୁ ନେଇ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ମୃତ ମହିଳା ଜଣକ କରଡା ଗ୍ରାମର ରଞ୍ଜିତା କଣ୍ଡାଗିରି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମର ସହାୟତା ନେଇ ପୁଲିସ ତଦନ୍ତ କରି ଫେରିଥିଲେ।
ବାଙ୍ଗୀ ଛକର ବିବାହିତ ଯୁବକ ଅକ୍ଷୟ ପାତିକା କରଡା ଗ୍ରାମର ରଞ୍ଜିତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଯୋଗୁଁ ଯୁବକଙ୍କ ବଡଭାଇ ମାଧବ ପାତିକା ତାଙ୍କ ସହ ତାଙ୍କ ମାଆ ଦୁଃଖି ପାତିକା ଓ ରାଜବିକ୍ରମପୁର ଗ୍ରାମର ଯୁବକର ଶଳା ଡମ୍ବ କାଡ୍ରାକା ତିନିଜଣ ମିଶି ଆକ୍ରମଣ କରିଥିବା ମୃତ ମହିଳାଙ୍କ ଭାଇ କହିଛନ୍ତି। ଅଭିଯୋଗକୁ ନେଇ ପୁଲିସ ତଦନ୍ତ କରି ଯୁବକର ମାଆ ଦୁଃଖି ପାତିକା ଓ ବଡ ଭାଇ ମାଧବ ପାତିକା, ଶଳା ରାଜବିକ୍ରମପୁର ଗ୍ରାମର ଡମ୍ବ କାଡ୍ରାକା ତିନି ଜଣକୁ ଗିରଫ କରି ଗୁଣୁପୁର କୋର୍ଟ ଚାଲାଣ କରିଛି ରାମନାଗୁଡ଼ା ପୁଲିସ। ବାଙ୍ଗୀ ଗ୍ରାମର ଅକ୍ଷୟ ପାତୀକା ପୂର୍ବରୁ ରାଜ ବିକ୍ରମପୁର ଗ୍ରାମର ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି। ଅନ୍ୟପଟେ ରଞ୍ଜିତାଙ୍କୁ ଭଲ ପାଉଥିବା ମଧ୍ୟ କହିଥିଲେ। ଅକ୍ଷୟ ଯାହାକୁ ବିବାହ କରିଛନ୍ତି ସେହି ମହିଳା ଜଣକ ଏହି ବିଷୟ ଜାଣିବା ପରେ ଯୁବକଙ୍କ ପରିବାରକୁ କହିଥିଲେ। ଏହାପରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ଜଣାପଡିଛି।
ମେ’ ୧୮କୁ କାହିଁକି ଭୟ କରୁଛି ପାକିସ୍ତାନ; ଟ୍ରେଲର ପରେ ବାକି ଅଛି ଫିଲ୍ମ, ଭାଙ୍ଗିବ କି ଅସ୍ତ୍ରବିରତି?



