www.samajalive.in
Saturday, December 6, 2025
26.1 C
Bhubaneswar

ମେ’ ୧୮କୁ କାହିଁକି ଭୟ କରୁଛି ପାକିସ୍ତାନ; ଟ୍ରେଲର ପରେ ବାକି ଅଛି ଫିଲ୍ମ, ଭାଙ୍ଗିବ କି ଅସ୍ତ୍ରବିରତି?

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଏବେ ବନ୍ଦ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ପୁଣି ଥରେ ପରିସ୍ଥିତିରେ ପରିବର୍ତ୍ତନ ଦେଖାଯାଇଛି। ପାକିସ୍ତାନର ସଂସଦରେ ସାଂସଦ ଭାରତ ପକ୍ଷରୁ ନୂଆ ଆକ୍ରମଣର ଆଶାଙ୍କା କରିଛନ୍ତି। ବିଲାବଲ ଭୁଟ୍ଟୋ ଅସ୍ତ୍ରବିରତିକୁ ନେଇ ଏକ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଫିଲ୍ମ ଏବେ ବାକି ଅଛି । ଏସବୁ ସ୍ଥିତିକୁ ଦେଖି ପୁଣି ଥରେ ଅସ୍ତ୍ରବିରତି ନେଇ ଆଶଙ୍କା କରାଯାଉଛି । ମେ’ ୧୮କୁ ନେଇ ପାକିସ୍ତାନ ଚିନ୍ତିତ କାହିଁକି ହୋଇଛି ଜାଣନ୍ତୁ..

ଅସ୍ତ୍ରବିରତିର ଘୋଷଣାର ୫ ଦିନ ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିଜ ବୟାନରୁ ଓହରିଯିବା। ମିଛରେ ଉତ୍ସବ ପାଳନ କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରୀଫ୍‌ଙ୍କ ଭାରତ ସହ ଆଲୋଚନା କରିବାକୁ ରାଜି ହେବା। ପାକିସ୍ତାନ ସଂସଦରେ ସାଂସଦ ମାନେ ଭାରତ ପକ୍ଷରୁ ଆକ୍ରମଣର ଆଶଙ୍କା କରିବା।

- Advertisement -

ପାକିସ୍ତାନରେ ‘ଅପରେସନ୍‌ ସିନ୍ଦୂର’ ଭୟ ଆତଙ୍କବାଦୀଙ୍କ ନିକଟରେ ପରିଷ୍କାର ଦେଖାଯାଇଛି। ପାକିସ୍ତାନ ସଂସଦରେ ସାଂସଦ ୧୮ ମେ’ ତାରିଖକୁ ନେଇ ଭୟଭୀତ ରହିଛନ୍ତି । ଏହି ଭୟ ‘ଅପରେସନ୍‌ ସିନ୍ଦୂର’ପାର୍ଟ-୨ର ବୋଲି କୁହାଯାଉଛି। ପାକିସ୍ତାନ ସାଂସଦ ସୈୟଦ ଶିବଲୀ ଫରାଜ କହିଛନ୍ତି, ସେମାନେ ନିଶ୍ଚିତ ହୋଇ ରହିବେ ନାହିଁ, ଆହୁରି ବହୁତ କିଛି ଆମକୁ ସହିବାକୁ ପଡିବ ।

ରାହୁଙ୍କ କୃପାରୁ ନିଶ୍ଚୟ ଧନୀ ହୁଅନ୍ତି ଏହି ୨ଟି ରାଶି : ହଠାତ୍‌ ମିଳେ ଧନ, ସୁଖମୟ, ରାଜା ଭଳି ଜୀବନ

ପାକିସ୍ତାନ ସଂସଦରେ ଭାରତ ପକ୍ଷରୁ ପୁଣି ଥରେ ଆକ୍ରମଣର ଆଶଙ୍କା କରାଯାଇଛି । ଦୁନିଆକୁ ମିଛରେ ପାକିସ୍ତାନ ଉତ୍ସବ ପାଳନ କରୁଥିବା ଦେଖାଉଛି । ପ୍ରଧାନମନ୍ତ୍ରୀ ଓ ଦେଶର ସେନା ପ୍ରମୁଖ ଗୋଟିଏ ପରେ ଗୋଟିଏ ସୈନ୍ୟ ଶିବିରରେ ତଦାରଖ କରୁଥିବା ବେଳେ ୧୮ ମେ’ ତାରିଖକୁ ନେଇ ପାକିସ୍ତାନ ଭୟଭୀତ ହୋଇ ରହିଛି ।

ସୂଚନାନୁଯାୟୀ, ୧୮ ମେ’ରେ ଅସ୍ତ୍ରବିରତିକୁ ନେଇ ଭାରତ ଓ ପାକିସ୍ତାନର ଡିଜିଏମଓ ମଧ୍ୟରେ ୪ର୍ଥ ଥର ଆଲୋଚନା ହେବାକୁ ଯାଉଛି । ଏହା ପୂର୍ବରୁ ଏପରି କିଛି ଘଟିଥିଲା, ଯାହାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ରହସ୍ୟ ବଢିବାକୁ ଲାଗିଥିଲା। ଏହି ରହସ୍ୟର କାରଣ ଆମେରିକା ରାଷ୍ଟ୍ରପତିଙ୍କର ଅସ୍ତ୍ରବିରତି ଉପରେ ନିଜ ବୟାନ ବଦଳାଇବା । ବିଲାବଲ ଭୁଟ୍ଟୋଙ୍କ ପକ୍ଷରୁ ଅସ୍ତ୍ରବିରତି ଉପରେ ପ୍ରଶ୍ନ ଉଠାଇବା । ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ରାଜି ହେବା । ଟ୍ରମ୍ପଙ୍କ ବୟାନ ପାକିସ୍ତାନରେ ହଇଚଇ ସୃଷ୍ଟିର କାରଣ ନୁହେଁ ତ ବୋଲି ପ୍ରଶ୍ନ ଉଠୁଛି ।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ୧୦ ମେ’ରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯେ, ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିରେ ତାଙ୍କର ମୁଖ୍ୟ ଭୂମିକା ରହିଛି, ମାତ୍ର ୧୫ ମେ’ରେ ଟ୍ରମ୍ପ ନିଜ ବୟାନରୁ ଓହରି କହିଥିଲେ, ସେ କୌଣସି ମଧ୍ୟସ୍ଥତା କରି ନାହାଁନ୍ତି, କେବଳ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ହ୍ରାସ କରାଇବାରେ ସାହାଯ୍ୟ କରାଇଥିଲେ ।

ପାକିସ୍ତାନ ଭୟଭୀତ ହେବାର କାରଣ ଭାରତ ପକ୍ଷରୁ ବାରମ୍ବାର କୁହାଯାଉଥିବା, ଅପରେସନ୍‌ ସିନ୍ଦୁର ଏବେ ଶେଷ ହୋଇ ନାହିଁ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଭାରତ ପାକିସ୍ତାନ ଉପରେ ନଜର ରଖିଛି ଏବଂ ଏହାର ପରବର୍ତ୍ତୀ ଦଣ୍ଡମୂଳକ ପଦକ୍ଷେପ ଏହାର ଆଚରଣ ଉପରେ ନିର୍ଭର କରିବ। ସେମାନଙ୍କ ଆଚରଣରେ ପରିବର୍ତ୍ତନ ନ ଆସିଲେ କଠୋରତମ ଦଣ୍ଡ ଦିଆଯିବ ବୋଲି ବାୟୁସେନା ଯୋଦ୍ଧାଙ୍କ ସହ ଆଲୋଚନା ସମୟରେ କହିଛନ୍ତି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories