www.samajalive.in
Saturday, December 6, 2025
19.1 C
Bhubaneswar

ମୁମ୍ବାଇ ଏୟାରପୋର୍ଟରୁ ୨ ଆତଙ୍କବାଦୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ଆତଙ୍କବାଦ ବିରୋଧରେ ଭାରତକୁ ଆଉ ଏକ ବଡ ସଫଳତା ମିଳିଛି । ଦୁଇ କୁଖ୍ୟାତ ଆତଙ୍କୀଙ୍କୁ ଗିରଫ କରିଛି ଏନଆଇଏ । ମୁମ୍ବାଇ ଏୟାରପୋର୍ଟରୁ ଶନିବାର ଏହି ଆତଙ୍କବାଦୀ ଅବଦୁଲ୍ଲା ଫୈଜ୍‍ ଶେଖ୍‍ ଓରଫ ଡାଏପରୱାଲା ଏବଂ ତଲହା ଖାନାଙ୍କୁ ଗିରଫ କରି ଛାନଭିନ ଆରମ୍ଭ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆତଙ୍କୀ ଲିଙ୍କରେ ଜାମ୍ମୁ-କାଶ୍ମୀରର ଗାନ୍ଦରବଲ ଅଞ୍ଚଳରେ ଚଢାଉ ଜାରି ରହିଛି ।

ସୂଚନା ଅନୁସାରେ ଏହି ଦୁଇ ଆତଙ୍କବାଦୀ ଇଣ୍ଡୋନେସିଆର ଜାକର୍ତ୍ତାରେ ଲୁଚି ରହିଥିଲେ । ଭାରତ ଫେରିବା ପରେ ଉଭୟଙ୍କୁ ମୁମ୍ବାଇ ବିମାନବନ୍ଦରରେ ଠାବ କରାଯାଇଥିଲା । ଏହାପରେ ଏନଆଇଏ ଦୁଇ ଜଣଙ୍କୁ ଗିରଫ କରିଥିଲା । ୨୦୨୩ ପୁଣେ ଆଇଇଡି ମାମଲାର ଏମାନେ ମୁଖ୍ୟ ଅଭିଯୁକ୍ତ । ଏନଆଇଏ ସ୍ୱତନ୍ତ୍ର କୋର୍ଟ ଉଭୟଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ । କେବଳ ଏତିକି ନୁହେଁ ଏହି ଦୁଇଜଣଙ୍କ ବିଷୟରେ ସୂଚନା ଦେବା ପାଇଁ ପ୍ରତ୍ୟେକଙ୍କୁ ୩ଲକ୍ଷ ଟଙ୍କା ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories