ସମାଜ ଡିଜିଟାଲ ଡେସ୍କ: କଟକ ଜଗତପୁର ସ୍ଥିତ ଏକ ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳିଛି ବିସ୍କୁଟ କାରଖାନା । ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଶନିବାର ସକାଳେ ହଠାତ ବିସ୍କୁଟ କାରଖାନାରେ ନିଆଁ ଲାଗିଯାଇଥିଲା । କାରଖାନାର କର୍ମଚାରୀ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ଧୂଆଁ ଅଧିକମାତ୍ରାରେ ହେଉଥିବାରୁ ନିଆଁ ଲିଭାଇବା କଷ୍ଟକର ହୋଇଛି । ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ । ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାବତ ଜଣାପଡିନାହିଁ ।
Popular Categories



