www.samajalive.in
Monday, December 15, 2025
26.1 C
Bhubaneswar

ଇସ୍କନର ଅଦିନିଆ ରଥଯାତ୍ରା ବିବାଦ : ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଦାବି

ଭୁବନେଶ୍ଵର: ପୁଣି ତେଜିଲା ଇସ୍କନ ର ଅଦିନିଆ ରଥଯାତ୍ରା ବିବାଦ। ଆସନ୍ତାକାଲି ଲଣ୍ଡନରେ ହେବାକୁ ଥିବା ରଥଯାତ୍ରାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେବାୟତମାନେ  ରାଜ୍ୟ ଓ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ଦାବି କରିବା ସହ ତୁରନ୍ତ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ କହିଛନ୍ତି। କହିଛନ୍ତି ଇସ୍କନ୍ ବାରମ୍ବାର ନିୟମ ବାହାରେ କାର୍ଯ୍ୟ କରୁଛି।  ମହାପ୍ରଭୁଙ୍କ ପରମ୍ପରାକୁ ସମସ୍ତେ ମାନିବା ଆବଶ୍ୟକ । ଓଡିଆ ଙ୍କ ପ୍ରତି କୁଠାରଘାତ କରିଛି ଇସ୍କନ୍।

ଶାସ୍ତ୍ରୀୟ ମତ ଅନୁଯାୟୀ, ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ଇସ୍କନ ପକ୍ଷରୁ ଏହାକୁ ଉଲ୍ଲଙ୍ଘନ କରି ମୁମ୍ବଇ ସମେତ ଦେଶ ବିଦେଶର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି। ଚଳିତ ମାସ ୧୮ରେ ଲଣ୍ଡନରେ ଅଦିନିଆ ରଥଯାତ୍ରା କରିବ ଇସ୍କନ। ଏହି ପ୍ରସଙ୍ଗକୁ କେନ୍ଦ୍ରକରି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ପୂର୍ବରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ଆୟୋଜନ ପାଇଁ ଗଜପତି ମହାରାଜା ଚିଠି ଲେଖି ଇସ୍କନକୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ, ଇସ୍କନ କର୍ମକର୍ତ୍ତାଙ୍କୁ ନେଇ କିଛିଦିନ ପୂର୍ବେ ଭୁବନେଶ୍ୱରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏସବୁ ସତ୍ତ୍ୱେ ଚଳିତ ମାସ ୧୮ରେ ରଥଯାତ୍ରା ଆୟୋଜନ ପାଇଁ ଇସ୍କନ ଲଣ୍ଡନ ପକ୍ଷରୁ ଘୋଷଣା କରାଯାଇଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories