ଅଧ୍ୟକ୍ଷ ଆସନ ପାଇଁ କଂଗ୍ରେସ ଦଳରୁ ଗୁଣନିଧି ପ୍ରଧାନ ଦାଖଲ କଲେ ପ୍ରାର୍ଥୀପତ୍ର
ପିପିଲି:ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି) ନିର୍ବାଚନ ପାଇଁ ଅଧ୍ୟକ୍ଷ ଆସନ ନିମନ୍ତେ କଂଗ୍ରେସ ଦଳରୁ ଗୁଣନିଧି ପ୍ରଧାନ ଶନିବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏଥିସହ କଂଗ୍ରେସ ଦଳର ୭ଜଣ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀ ମଧ୍ୟ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର, ବରିଷ୍ଠନେତା ବିଶ୍ୱକେସନ ହରିଚନ୍ଦନ ମହାପାତ୍ର, ମହିଳାନେତ୍ରୀ ନିରୁପମା ପାତ୍ର, ଏନ୍ଏସି କଂଗ୍ରେସ କମିଟି ସଭାପତି ସେକ୍ ମେହେବୁବ ପ୍ରମୁଖଙ୍କ ନେତୃତ୍ୱରେ ଶ୍ରୀପ୍ରଧାନଙ୍କ ସମେତ ୭ଜଣ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ପିପିଲି ବଜାର ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରୁ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ।
Comments are closed.