ଗୁଜରାଟରେ ଟାଟା ପ୍ରକଳ୍ପକୁ ବିରୋଧ : ଆମେରିକା ସୁପ୍ରିମକୋର୍ଟରେ ଗ୍ରାମବାସୀଙ୍କ ଆବେଦନ

0

ୱାଶିଂଟନ୍‍ : ଗୁଜରାଟର କେତେକ ଗ୍ରାମବାସୀଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ଆମେରିକା ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି। ଆମେରିକାର ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ୍‍ (ଆଇଏଫ୍‍ସି)ର ଆର୍ଥିକ ସହାୟତାରେ ଗୁଜରାଟରେ ପରିଚାଳିତ କାରଖାନା ଟାଟା ମୁନ୍ଦ୍ରା ପାୱାର୍‍ ପ୍ଲାଣ୍ଟ ବିରୋଧରେ ପରିବେଶ ପ୍ରଦୂଷଣ ଅଭିଯୋଗ ଆଣି ଏହି ଗ୍ରାମବାସୀମାନେ ଉକ୍ତ ଆବେଦନ କରିଛନ୍ତି। ଆମେରିକା ସୁପ୍ରିମକୋର୍ଟ ତାହାକୁ ବିଚାର ନିମନ୍ତେ ସୋମବାର ଗ୍ରହଣ କରିଛନ୍ତି। ଏଥିସହ ଅକ୍ଟୋବରରୁ ଆରମ୍ଭ ହେଉଥିବା କୋର୍ଟ ଅଧିବେଶନ ସମୟରେ ଏହି ଆବେଦନ ଉପରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଉଲ୍ଲେଖ ଯେ ବିଶ୍ୱବ୍ୟାଙ୍କର ଏକ ପାଣ୍ଠିଯୋଗାଣ ଶାଖା ଭାବେ ଜଣାଶୁଣା ଆଇଏଫ୍‍ସି ଏହି କାରଖାନାକୁ ୪୫୦ ନିୟୁତ ଆମେରିକୀୟ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ସଂସ୍ଥା ବିରୋଧରେ ଗୁଜରାଟର ଇସ୍‍ମାଇଲ୍‍ ଜାମ୍‍ଙ୍କ ନେତୃତ୍ୱରେ କେତେକ କୃଷକ ଏବଂ ଧୀବର ୨୦୧୬ ଏବଂ ୨୦୧୭ରେ ନିମନେ୍‍ କୋର୍ଟରେ ଆବେଦନ କରିଥିଲେ। ଟାଟା ମୁନ୍ଦ୍ରା ପାୱାର ପ୍ଲାଣ୍ଟ ପରିବେଶ ପ୍ରଦୂଷଣ ଦିଗରେ ଅନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିବା ସେମାନେ ଦର୍ଶାଇଥିଲେ। ମାତ୍ର ଆଇଏଫ୍‍ସିକୁ ଅନ୍ତର୍ଜାତୀୟ ଆଇନଗତ ସୁରକ୍ଷା ମିଳୁଥିବା ଦର୍ଶାଇ କୋର୍ଟ ସେମାନଙ୍କ ଆବେଦନ ଖାରଜ କରିଦେଇଥିଲେ। ଅନ୍ତର୍ଜାତୀୟ ସଂସ୍ଥା ସୁରକ୍ଷା ଆଇନ-୧୯୪୫ ଅଧୀନରେ ଆଇଏଫ୍‍ସିକୁ ଆ।ଇନଗତ ସୁରକ୍ଷା ମିଳିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ଗ୍ରହଣ କରିବେ।

Leave A Reply