www.samajalive.in
Sunday, December 14, 2025
19.1 C
Bhubaneswar

କନ୍ଧମାଳ ଜିଲ୍ଲାପାଳଙ୍କ ଅଚାନକ ରାଇକିଆ ଗସ୍ତ

ଜି.ଉଦୟଗିରି: କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ବର ପାଟିଲ ଅଚାନକ ଶନିବାର ଅପରାହ୍ନରେ ରାଇକିଆ ଗସ୍ତରେ ଆସି ପ୍ରଥମେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ତା ପରେ ବ୍ଳକର ୫-ଟି ସ୍ମାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ କରାଯାଇ ଥିବା ସେଣ୍ଟ୍ କ୍ୟାଥରିନ୍ ବାଳିକା ବିଦ୍ୟାଳୟ ପରିଦର୍ଶନରେ ଯାଇ ପ୍ରଧାନ ଶିକ୍ଷକ ସିମାଞ୍ଜଳ ଦିଗାଳଙ୍କ ସହ ଆଲୋଚନା କରି ସ୍କୁଲର ପାରିପାର୍ଶ୍ବକ ସ୍ଥିତି ଅନୁଧ୍ୟାନ କରିଥିଲେ। ସେଠୁ ଯାଇ କୋର୍ଟ ନିର୍ମାଣ କାର୍ଯ୍ୟ, ଅଧପନ୍ତରିଆ ଥିବା ପାର୍କ, ଚୁନପଲି ନିକଟରେ ଥିବା ଜନଜାତି ହାଟ ପରିଦର୍ଶନ କରିଥିଲେ। ଉନ୍ନୟନ କାର୍ଯ୍ୟ ପରିଦର୍ଶନ ସମୟରେ ସମିତି ଅଧ୍ୟକ୍ଷ ପ୍ରିତମ ଚନ୍ଦ୍ର ପ୍ରଧାନ, ଗିତାଞ୍ଜଳୀ ନାୟକ, ଆସିଷ୍ଟାଣ୍ଟ ଏକଜୁଟି ଇଞ୍ଜିନିୟର ରୁଦ୍ର ନାରାୟଣ ମାଝୀ, ସହକାରୀ ଯନ୍ତ୍ରୀ ରମେଶ ଲେଙ୍କା, ଯନ୍ତ୍ରୀ ବିକାଶ ନାୟକ, ଏପିଓ କେଦାରନାଥ ପଣ୍ଡାଙ୍କ ସହ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଶ୍ରୀ ପାଟିଲ ଜିଲାପାଳ ଦାୟିତ୍ବ ନେବା ପରେ ପରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଅଚାନକ ଗସ୍ତରେ ଯାଇ ବଣ ପାହାଡ଼ ଚଢି ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରୁଥିବା ଦେଖାଦେଇଛି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories