ନବରଙ୍ଗପୁର: ଜିଲା ମୁଖ୍ୟଡାକ୍ତରଖାନା ପରିସରରେ ରେଥିବା ଡିଇଆସି କେନ୍ଦ୍ର ଠାରେ ଜିଲା ସ୍ୱାସ୍ଥ୍ର୍ୟ ସମିତି ପକ୍ଷରୁ ନାରାୟଣ ହୃଦାଳୟଡାକ୍ତରଖାନା ,ରାୟପୁର ପକ୍ଷରୁ ଜନ୍ମରୁ ୧୮ ବର୍ଷର ପିଲାଙ୍କର ହୃଦରୋଗ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ଆୟୋଜିତ ଶିବିରକୁ ଜିଲାପାଳ ଡଃ.କମଳଲୋଚନ ମିଶ୍ର ଯୋଗଦେଇ ଉଦ୍ଘାଟନ କରିଥିଲେ। ପ୍ରଥମଥର ପାଇଁ ଏଭଳି ଶିବିର କରାଯାଉଥିବାରୁ ସେ ଖୁସି ପ୍ରକଟ କରିବା ସହ ହୃଦରୋଗୀ ଶିଶୁମାନଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଥିଲେ।
ଜିଲା ମୁଖ୍ୟଚିକିସା ଅଧିକାରୀ ଡଃ.କାଳୀ ପ୍ରସାଦ ବେହେରା ଶିବିର ସଂପର୍କରେ କହିଥିଲୋ ନାରାୟଣ ହୃଦାଳୟ ଡାକ୍ତରଖାନାର ବରିଷ୍ଠ ହୃଦରୋଗ ଚିକିତ୍ସାଧିକାରୀ ଡଃ.ସୁମନ୍ତ ଶେଖର ପାଢ଼ୀ ଏହି ଡାକ୍ତରଖାନାରେ ରହିଥିବା ଚିକିତ୍ସା ସୁବିଧା ସଂପର୍କରେ ଅବଗତ କରାଇଥିଲେ। ଡିଏମଓ ତଥା ଜିଲା ମୁଖ୍ୟ ଡାକ୍ତରଖାନାର ଅଧିକ୍ଷକ ଡଃ.କାହ୍ନୁଚରଣ ପାତ୍ର, ଏଡିପିଏଚଓ ଡଃ.ନୀଳମଣି ଦିଲ୍ଲୀପଚାନ୍ଦ ବେହେରା, ଏଡିପିଏଚଓ ଡଃ.ସୁକାନ୍ତ ଶତପଥୀ, ଜିଲା ପ୍ରକଳ୍ପ ପରିଚାଳକ ସୁଶାନ୍ତ କୁମାର ପ୍ରହରାଜ, ରାଷ୍ଟ୍ରୀଲ ବାଲ ବିକାଶ କେନ୍ଦ୍ରର ପରିଚାଳକ ଫିରୋଜ କୁମାର ବାଘ, ଦନ୍ତ ଚିକିତ୍ସକ ଡଃ.ଶିବାନୀ ଚୌଧୂରୀ ଯୋଗ ଦେଇଥିଲେ। ୧୨୧ ଜଣ ଶିଶୁ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ରାୟଗଡ଼ା ଜିଲାର ପଞିକରଣ କରିଥିଲୋ। ଏହି ସମସ୍ତ ଶିଶୁଙ୍କର ଡଃ.ସୁମନ୍ତ ଶେଖର ପାଢ଼ୀ ଓ ତାଙ୍କର ଟିମ ଯାଞ୍ଚ ପରୀକ୍ଷା କରିଥିଲେ। ସେଥିମଧ୍ୟରୁ ୭୨ ଜଣ ଆକ୍ରାନ୍ତ ରହିଥିବା ଜଣା ପଡ଼ିଥିଲା। ସେମାନଙ୍କୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଯୋଜନା ମାଧ୍ୟମରେ ନାରାୟଣ ହୃଦାଳୟ ଡାକ୍ତରଖାନା ମାଗଣାରେ ଚିକିତ୍ସା କରାଯିବ ବୋଲି କୁହାଯାଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା।



