ରାଜେକେଳ ଗାଁରେ କିଡନୀ ରୋଗ ଆତଙ୍କ; ୨ଜଣଙ୍କ ମୃତ୍ୟୁ ପରେ ଭାଙ୍ଗିଲା ପ୍ରଶାସନର ନିଦ

ଗୁଡଭେଲା: ଗୁଡଭେଲା ବ୍ଳକ ଅନ୍ତର୍ଗତ ରାଜେକେଳ ଗାଁରେ କିଡନୀ ରୋଗ ଆତଙ୍କ ଦେଖା ଦେଇଛି । ହେଲେ ଏନେଇ ପ୍ରଶାସନ ଧ୍ୟାନ ଦେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରଥମ କରି ‘ସମାଜ’ରେ ଏହି ଖବର ପ୍ରସାରଣ ହୋଇଥିଲା । ଗାଁ ଲୋକଙ୍କ ବାରମ୍ବାର ଅଭିଯୋଗ ସତ୍ତ୍ୱେ  ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ବିଭାଗ ଓ ଜଳ ଓ ପରିମଳ ବିଭାଗର ନିଦ ଭାଙ୍ଗିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ରାଜେକେଳ ଗାଁରେ ଦିର୍ଘ ଦିନ ହେବ କିଡନୀ ରୋଗରେ ୯ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିବା ସହ ୨ରୁ ଅଧିକ ଲୋକ ରୋଗାକ୍ରାନ୍ତ ହୋଇଥିବା ନେଇ ଗାଁ ଲୋକେ ପ୍ରକାଶ କରିଥିଲେ ।

ଯାହା ଦ୍ୱାରା ଗଣମାଧ୍ୟମ ଖବର ପ୍ରସାରଣ ହୋଇଥିଲା । ତାପରେ ଜିଲ୍ଲା ପରିଷଦ ସଭ୍ୟ ରାମନିବାସ ଅଗ୍ରୱାଲ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସହ ମୃତ୍ୟୁବରଣ କରିଥିବା ପରିବାର ଯାଇ ସହଯୋଗ ପ୍ରତିଶ୍ରୁତି ଦେଇ ଜିଲ୍ଲା ଚିକିତ୍ସା ଅଧିକାରୀ ଓ ଜଳ ଓ ପରିମଳ ବିଭାଗକୁ ଏହି ବିଷୟରେ ଜଣାଇଥିଲେ । ଏହା ପରେ ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଗାଁ ଲୋକ ଯାଇ ଭେଟି ଏହି ବିଷୟରେ ଅବଗତ କଲା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜଳ ଓ ପରିମଳ ବିଭାଗର ତତ୍ପରତା ପ୍ରକାଶ ପାଇବା ପାଇଥିଲା । ମଙ୍ଗଳବାର ଦିନ ଗାଁକୁ ଏକ ଡାକ୍ତରୀ ଦଳ ଆସିବା ସହ ମୃତ୍ୟୁବରଣ କରିଥିବା ୯ ଜଣ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ଭେଟି ପଚରାଉଚରା କରିଥିଲେ ।

prayash

ଦୁଇ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ଥିବାରୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ପାଇଁ କହିଥିଲେ । ଜଳ ଓ ପରିମଳ ବିଭାଗ ଉପଖଣ୍ଡ ଅଧିକାରୀଙ୍କ ଉପସ୍ଥିତରେ ୬ଟି ନଳକୂପର ନମୂନା ସଂଗ୍ରହ କରାଯାଇଥିଲା । ଅପରପକ୍ଷରେ ଗାଁରେ ଦିର୍ଘ ଦିନ ହେବ କିଡନୀ ରୋଗ ବ୍ୟାପିବା ନେଇ ଗ୍ରାମବାସୀ ବାରୁମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନର ଧ୍ୟାନ ଦେଇ ନ ଥିବାରୁ ଗତ ମାସ ସେପ୍ଟେମ୍ବର ୨୪ରେ ସୁଦାମ ଭୋଇ  ଅକ୍ଟୋବର ୨ରେ ଦିନ ଭୋଇ କିଡନୀ ରୋଗରେ ମୃତ୍ୟୁବରଣ କରିଥିଲେ । ଯାହା ପ୍ରଶାସନର ଅବହେଳା ଯୋଗୁଁ ମୃତ୍ୟୁବରଣ କରିଥିବା  ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ଯଦି ଏହିପରି ଡାକ୍ତରି ଦଳ ଅଭିଯୋଗ ପରେ ପରେ ଗାଁକୁ ଆସି ରୋଗାକ୍ରାନ୍ତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ତାହେଲେ ଦୁଇଟି  ମୂଲ୍ୟବାନ ଜୀବନ ଯାଇ ନ ଥାନ୍ତା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଏକ ଆଦିବାସୀ ବହୁଳ ଗାଁରେ ଏପରିକି ଏକ ଜଟିଲ ପରିସ୍ଥିତିରେ ବାରୁମ୍ବାର ଅଭିଯୋଗ ସତ୍ତ୍ବେ କାହିଁକି ସ୍ବାସ୍ଥ୍ୟ ବିଭାଗ ଧ୍ୟାନ ଦେଉ ନ ଥିଲା । ନାଁ ଅନ୍ୟ କାହାର ପ୍ରରୋଚନାରେ ଆସୁ ନ ଥିଲା  ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି । ତେଣୁ ମୃତ୍ୟୁବରଣ କରିଥିବା ଆଦିବାସୀ ଗରିବ ପରିବାରକୁ ଉଚିତ କ୍ଷତିପୂରଣ ଦେବା ସହ ଛୋଟ ଛୋଟି ପିଲାଙ୍କର ପଢାଇବାର ବ୍ୟବସ୍ଥା କରାଯାଉ ବୋଲି ଗାଁ ଲୋକେ ଦାବି କରିଛନ୍ତି ।

kalyan agarbati

Comments are closed.