ଜିଏସ୍ଟି ରାଜସ୍ବ ସଂଗ୍ରହ ୧୧.୯ ପ୍ରତିଶତ ବୃଦ୍ଧି
ଓଡ଼ିଶାରେ ରେକର୍ଡ ପରିମାଣର ୨୭୯୧.୪୫ କୋଟି ଟଙ୍କା ସଂଗ୍ରହ
ଡେସ୍କ : ଦେଶରେ ଦ୍ରବ୍ୟ ଓ ସେବାକର(ଜିଏସ୍ଟି) ରାଜସ୍ବ ସଂଗ୍ରହ ୧ଲକ୍ଷ ୬୭ହଜାର ୯୨୯ କୋଟି ଟଙ୍କାରେ ପହଞ୍ଚିଛି । ଚଳିତ ଆର୍ଥିକ ବର୍ଷରେ ଷଷ୍ଠ ଥର ପାଇଁ ଜିଏସଟି ସଂଗ୍ରହ ୧ଲକ୍ଷ ୬୦ହଜାର କୋଟି ଛୁଇଁଛି । ଗତବର୍ଷ ନଭେମ୍ବର ମାସ ତୁଳନାରେ ଏହା ୧୧.୯ ପ୍ରତିଶତ ଅଧିକ।
ନଭେମ୍ବର ମାସରେ ୧ ଲକ୍ଷ ୬୭ହଜାର ୯୨୯ କୋଟି ଟଙ୍କା ଜିଏସ୍ଟି ରାଜସ୍ବ ସଂଗ୍ରହ କରାଯାଇଛି । ଚଳିତବର୍ଷ ଅକ୍ଟୋବରରୁ ନଭେମ୍ବର ମାସରେ ଦେଶର ମୋଟ ଜିଏସ୍ଟି ସଂଗ୍ରହ ୧୩ ଲକ୍ଷ ୩୨ହଜାର ୪୪୦କୋଟି ଟଙ୍କା ହୋଇଛି । ଯେଉଁଥିରେ ସିଜିଏସଟି, ଆଇଜିଏସଟି ଏବଂ ଏସଜିଏସଟି ଅନ୍ତର୍ଭୁକ୍ତ।
ସେହିଭଳି ଗତ ନଭେମ୍ବର ମାସରେ ଓଡ଼ିଶାରେ ୨ହଜାର ୭୯୧ କୋଟି ୪୫ ଲକ୍ଷ ଟଙ୍କା ଜିଏସ୍ଟି ରାଜସ୍ୱ ସଂଗ୍ରହ ହୋଇଛି ।ଯାହାକି ଏ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ । ଗତବର୍ଷ ନଭେମ୍ବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧ହଜାର ୩୯ ଲକ୍ଷ ୩୬ କୋଟି ଟଙ୍କା ଥିଲା ଏକ୍ଷେତ୍ରରେ ଓଡିଶା ୧୦୦.୭୭ ପ୍ରତିଶତ ଉଲ୍ଲେଖନୀୟ ଅଭିବୃଦ୍ଧି ହାର ହାସଲ କରିଛି।
Comments are closed.