www.samajalive.in
Monday, December 15, 2025
17.1 C
Bhubaneswar

୫୨ତମ ଜିଏସଟି ବୈଠକ – ମିଲେଟ ଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହ୍ରାସ ପାଇଁ ଦାବି କଲା ଓଡିଶା

ଡେସ୍କ: ନୂଆଦିଲ୍ଲୀସ୍ଥିତ ସୁଷମା ସ୍ଵରାଜ ଭବନଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦର ୫୨ତମ ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମିଲେଟ ଭିତ୍ତିକ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି, ଏହା ଦ୍ୱାରା ଓଡ଼ିଶା ମିଲେଟ୍‌ ମିଶନ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପଡିବ। ମିଲେଟ ଆଧାରିତ ଉତ୍ପାଦ ଉପରେ ଜିଏସଟି ହାର ହ୍ରାସ କରି ସରକାର ସେଗୁଡ଼ିକୁ ଅଧିକ ସୁଲଭ ଓ ସହଜଲଭ୍ୟ କରାଯାଇ ପାରିବ। ଏହି ପଦକ୍ଷେପ ଦ୍ଵାରା ଅଧିକରୁ ଅଧିକ ଲୋକ ମିଲେଟକୁ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ଉତ୍ସାହିତ ହୋଇପାରିବେ, ଫଳରେ ଉତ୍ତମ ସ୍ଵାସ୍ଥ୍ୟ ଲାଭ ହୋଇପାରିବ ଏବଂ ସ୍ଥାନୀୟ ମିଲେଟ ଚାଷୀମାନଙ୍କୁ ସହାୟତା ମିଳିପାରିବ।

ସେ କହିଛନ୍ତି, ମିଲେଟ ଆଧାରିତ ସ୍ଵାସ୍ଥ୍ୟ ମିଶ୍ରଣ ଉପରେ ଜିଏସଟି ଛାଡ଼, (ଯେଉଁଥରେ ସର୍ବନିମ୍ନ ୭୦ ପ୍ରତିଶତ ମିଲେଟ ଖୋଲାରେ ବିକ୍ରି ହୋଇଥାଏ) ମୂଲ୍ୟଯୁକ୍ତ ମିଲେଟ ଉତ୍ପାଦକୁ ବୃଦ୍ଧି କରିବାରେ ସହାୟକ ହେବ। ଓଡ଼ିଶାରେ ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟବସାୟିକ ସୁଯୋଗର ସାମଗ୍ରିକ ବିକାଶରେ ଏହା ସହାୟକ ହେବ।

- Advertisement -

ବୈଠକରେ ଶ୍ରୀ ଆରୁଖ ଗତ ଦୁଇ ବର୍ଷ ମଧ୍ୟରେ ଡିଏମଏଫଟି କେବଳ ଖଣି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ସାମାଜିକ- ଆର୍ଥିକ ବିକାଶ ଏବଂ କଲ୍ୟାଣ ଉଦ୍ଦେଶ୍ୟରେ ସଂଗ୍ରହ କରାଯାଇଥିବା ଡିଏମଏଫ ପାଣ୍ଠିରୁ ୭୭୬ କୋଟି ଟଙ୍କା ଜିଏସଟି ପ୍ରଦାନ କରାଯାଇଥିବାରୁ ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ କଲ୍ୟାଣ ପାଇଁ ଓଡ଼ିଶା ଡିଏମ୍ଏଫ୍ ଟ୍ରଷ୍ଟ ଦ୍ଵାରା ପ୍ରଦାନ କରାଯାଉଥିବା ସେବାଗୁଡ଼ିକୁ ସଂପୂର୍ଣ୍ଣ ରୂପେ କରମୁକ୍ତ କରିବାକୁ ଜିଏସ୍‌ଟି ପରିଷଦକୁ ଅନୁରୋଧ କରିଛନ୍ତି। ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ଓ ଜିଏସ୍‌ଟି କମିଶନର ସଂଜୟ କୁମାର ସିଂ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories