www.samajalive.in
Sunday, December 14, 2025
26.1 C
Bhubaneswar

କଣ୍ଟେନରରୁ ୮ ଟନ୍‌‌ ଗୋମାଂସ ଜବତ, ୨ ଗିରଫ

ପିପିଲି: ପିପିଲିର ଦାନୋଗହିର ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ଇଚ୍ଛାପୁରମ ଅଞ୍ଚଳକୁ ଏକ କଣ୍ଟେନର ଯୋଗେ ଚାଲାଣ ହେଉଥିବା ୮ଟନ୍‌‌ ଗୋମାଂସକୁ ପିପିଲି ପୁଲିସ ଜବତ କରିବା ସହ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବ୍ୟକ୍ତି ହେଲେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଜୟପୁରକିଲ୍ଲା ଅଞ୍ଚଳର ସାମୁଏଲ୍‌‌ ବେହେରା(୪୨) ଓ ଦାନୋଗହିର ଅଞ୍ଚଳର ସେକ୍‌‌ ଫୟାଜ ବକ୍ସ (୪୦)। ଶନିବାର ଭୋର୍‌‌ ସମୟରେ ଦାନୋଗହିର ଅଞ୍ଚଳରୁ ଏକ କଣ୍ଟେନର ଯୋଗେ ଗୋମାଂସ ଚାଲାଣ ହେଉଥିବା ସଂପର୍କରେ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଥାନା ଏଏସ୍‌‌ଆଇ ଶାନ୍ତନୁ କୁମାର ନାୟକଙ୍କ ନେତୃତ୍ୱରେ ପୁଲିସର ସ୍ୱତନ୍ତ୍ର ଟିମ୍‌‌ ପାଣିଦୋଳ ଛକ ନିକଟରେ ଚଡାଉ କରି ଉକ୍ତ କଣ୍ଟେନରକୁ ଜବତ କରିଥିଲା। କଣ୍ଟେନର ମଧ୍ୟରେ ଥିବା ୮ଟନ୍‌‌ ଗୋମାଂସକୁ ପୁଲିସ ଜବତ କରିବା ସହ ଉକ୍ତ ଗାଡିରେ ଥିବା ଉପରୋକ୍ତ ଦୁଇଜଣଙ୍କୁ ଗିରଫ କରିଥିଲା। ଏନେଇ ପିପିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ଗୋମାଂସ ଚାଲାଣ ପଛରେ ଅନ୍ୟ କେଉଁମାନେ ସଂପୃକ୍ତି ଅଛନ୍ତି ସେନେଇ ପୁଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories