www.samajalive.in
Sunday, December 14, 2025
23.1 C
Bhubaneswar

ସ୍କୁଲ ବନ୍ଦ ଓ ମିଶ୍ରଣ ନିଷ୍ପତି ପ୍ରତ୍ୟାହାର ପାଇଁ ଡିଏସଓର ଦାବୀ

ଫୁଲବାଣୀ: ୨୦୧୮ ମସିହାରେ ରାଜ୍ୟ ସରକାର ରାଜ୍ୟର ୧୪ ହଜାର ୩୭୯ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ବିଦ୍ୟାଳୟରେ ଉପସ୍ଥାନ କମ ରହୁଥିବା ଦର୍ଶାଇ ଏହି ସବୁ ବିଦ୍ୟାଳୟକୁ ନିକଟବର୍ତ୍ତୀ ସ୍କୁଲଗୁଡିକର ମିଶ୍ରଣ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ୨୦୨୦-୨୧ ଶିକ୍ଷା ବର୍ଷରୁ କାର୍ୟ୍ୟକାରୀ ହୋଇଥିଲା। ଏହି କ୍ରମରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ନୀଳାପଦର ସ୍କୁଲକୁ ମଧ୍ୟ ବନ୍ଦ କରି ଦିଆଯାଇ ଥିଲା। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆସୁଛନ୍ତି ଗ୍ରାମବାସୀ। ଏ ନେଇ ଏବେ ସର୍ବ ଭାରତୀୟ ଗଣତାନ୍ତ୍ରିକ ଛାତ୍ର ସଂଗଠନ ପକ୍ଷରୁ ବିରୋଧ କରାଯାଇ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ଏହି ଭୂଲ ନିଷ୍ପତ୍ତି ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ବିପର୍ୟ୍ୟସ୍ତ କରିବା ସହ ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ କରିଛି ଡିଏସଓ। ଅପରପକ୍ଷରେ, ହଜାର ହଜାର ସଂଖ୍ୟାରେ ଶିକ୍ଷିତ ସିଟି ଓ ବିଏଡ ଛାତ୍ରଛାତ୍ରୀଙ୍କ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ସରକାରଙ୍କ ଏହି ନିଷ୍ପତ୍ତି ୨୦୦୯-୧୦ର ଶିକ୍ଷା ଆଇନକୁ ବିରୁଦ୍ଧାଚରଣ କରୁଛି ବୋଲି କୁହାଯାଇଛି। ଏ ନେଇ ଡିଏସଓ ପକ୍ଷରୁ ସାରା ରାଜ୍ୟରେ ବିରୋଧ ଜାରୀ ରହିଛି। ଏପରିକି ସଂଗଠନ ଏ ନେଇ ଅଦାଲତର ମଧ୍ୟ ଦ୍ବାରସ୍ଥ ହୋଇଛି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ନୀଳାପଦର ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରି ବିଦ୍ୟାଳୟକୁ ପୁଣି ଖୋଲିବା ସହ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଦାବୀ କରାଯାଇଛି।

Hot this week

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

Related Articles

Popular Categories