www.samajalive.in
Sunday, December 14, 2025
14.1 C
Bhubaneswar

ପୁରୁଣା ବସଷ୍ଟାଣ୍ଡ ବନ୍ଦ ନ କରିବାକୁ ଦାବୀ

ଟିକାବାଲି: ପୁରୁଣା ବସଷ୍ଟାଣ୍ଡ ବନ୍ଦ ନକରିବା ନେଇ ଟିକାବାଲି ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଭୈରଭି କଲ୍ୟାଣୀ ମଣ୍ଡପ ଠାରେ ଟିକାବାଲି ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟିକାବାଲି ଅଞ୍ଚଳର ବ୍ୟବସାୟୀ, ସମାଜ ସେବୀ ଏବଂ ବୁଦ୍ଧିଜୀବୀ ମାନେ ପ୍ରାୟ ୧୦୦ ଜଣ ଏକତ୍ରିତ ଆଲୋଚନା କରି ଜିଲ୍ଲାପାଳ କନ୍ଧମାଳ, ଉପ ଜିଲ୍ଲାପାଳ ବାଲିଗୁଡା, ଆଞ୍ଚଳିକ ପରିବହନ ଅଧିକାରୀ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଏସଡିପିଓ, ଟିକାବାଲି ବ୍ଲକ ଅଧ୍ୟକ୍ଷ, ଟିକାବାଲି ଥାନା ଅଧିକାରୀଙ୍କୁ ଏକ ଲିଖିତ ଆବେଦନ କରିବାକୁ ନିଷ୍ପତି କରିଥିଲେ। ଗତ ୫୦ ବର୍ଷ ହେବ ଟିକାବାଲି ବଜାର ଦେଇ ବିଭିନ୍ନ ଯାତ୍ରୀବାହୀ ବସ୍ ଯିବା ଆସିବା କରୁଥିଲା। ଏହାକୁ ଲକ୍ଷ୍ୟ କରି ଟିକାବାଲି ବଜାରର ଅଞ୍ଚଳବାସୀ ଓ ବ୍ୟବସାୟୀ ମାନେ ଉପକୃତ ହେଉଥିଲେ। କିନ୍ତୁ ବର୍ତ୍ତମାନ ସରକାର ତରଫରୁ ଏକ ନୂଆ ବସଷ୍ଟାଣ୍ଡ ନିର୍ମାଣ ହୋଇଛି ଏବଂ ସେହି ବସ ଷ୍ଟାଣ୍ଡ ବଜାରରୁ ପ୍ରାୟ ଏକ କିଲୋମିଟର ତଥା ମେଡିକାଲ ପାଖରେ ଅବସ୍ଥିତ। ତେଣୁ ଟିକାବାଲି ବଜାର ଠାରୁ ଦୂରରେ ଥିବାରୁ ଟିକାବାଲି ବଜାରର ବ୍ୟବସାୟ ପୁରା ଠପ ହେବାର ଆଶଙ୍କା ରହିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories