www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରିନେତ୍ର ସମ୍ମାନ ପ୍ରଦାନ ଓ ସମ୍ବର୍ଦ୍ଧନା ଉତ୍ସବ

ଚୌଦ୍ୱାର: ଓଡି଼ଶୀ ନୃତ୍ୟ ଶିକ୍ଷାନୁଷ୍ଠାନ ଚୌଦ୍ୱାରସ୍ଥିତ ତ୍ରିନେତ୍ର କଳାକୁଞ୍ଜ ତରଫରୁ ତ୍ରିନେତ୍ର ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ସୁପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଗୁରୁ ତଥା ଭାରତ ନୃତ୍ୟ ଉନ୍ନୟନ ରତ୍ନ ସମ୍ମାନରେ ସମ୍ମାନିତ ସ୍ୱର୍ଗତ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ଓଟିଏମ୍‌‌ କଲୋନୀ ଗୋପବନ୍ଧୁ ପଡ଼ିଆରେ ଆୟୋଜିତ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଡ.ଗଜେନ୍ଦ୍ର ପଣ୍ଡା, ଗୁରୁ ମୁକ୍ତିଲତା ପାଲ, ସମାଜସେବୀ ବିଜୟଲକ୍ଷ୍ମୀ ମହାପାତ୍ର, ହିମାଂଶୁ ମହାନ୍ତି, କାଉନସିଲର ବିନେଦିନୀ ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମୁଖ୍ୟ ସଂସ୍କୃତି ଓଡ଼ିଶୀ ନୃତ୍ୟକୁ ଉଦ୍‌‌ଜୀବିତ କରି ରଖିବା ଦିଗରେ ତ୍ରିନେତ୍ର କଳାକୁଞ୍ଜର ପ୍ରୟାସକୁ ପ୍ରଶଂସା କରିଥିଲେ। କଳାକୁଞ୍ଜର ପ୍ରତିଷ୍ଠାତା ସଭାପତି ରାମାକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ଗୁରୁ ଗୌରାଙ୍ଗ ଚରଣ ମହଲା, ସସ୍ମିତା ଖିଲାର, ନୃତ୍ୟ ଶିଳ୍ପୀ ହରପ୍ରିୟା ସାହୁ, ବିଦ୍ୟା ଦାସ, ମାହେଶ୍ୱରୀ ପ୍ରଧାନ, ପ୍ରିୟଙ୍କା ପ୍ରିୟ ଦର୍ଶିନୀ,ତନୁଷ୍କା କର, ମୋନଲିସା ମହାରଣା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ନୃତ୍ୟ କଳାକାର ମନଙ୍କଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ବିଚିତ୍ରା ପରିବେଷଣ କରାଯାଇଥିଲା। ଯୁବନେତା ଅର୍ଜୁନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ତ୍ରିନେତ୍ର କଳାକୁଞ୍ଜର ସଦସ୍ୟ ଓ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories