ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ଆକ୍ରମଣ; ୨୦ରୁ ଅଧିକ ଆହତ
ଶ୍ରୀନଗର: ଜମ୍ମୁ-କଶ୍ମୀର ଶ୍ରୀନଗରର ମୌଲାନା ଆଜାଦ୍ ରୋଡ୍ରେ ସୋମବାର ଆତଙ୍କବାଦୀମାନେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି। ଏହା ସହ ୨୦ରୁ ଅଧିକ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି। ସୁରକ୍ଷାକର୍ମୀ ଓ ପୁଲିସ ସ୍ଥାନୀୟ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନକୁ ଜୋରଦରା କରିଛନ୍ତି। ଅନ୍ୟପକ୍ଷରେ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ଉତ୍ତର ପ୍ରଦେଶର ମହାରନପୁର ଜିଲାର ବାସିନ୍ଦା ଏବଂ ଘାଟି ନିକଟରେ ଖେଳନା ବିକ୍ରି କରନ୍ତି ବୋଲି ଜଣାପଡିଛି। ଏହା ପୂର୍ବରୁ ଅକ୍ଟୋବର ୨୯ରେ କାଶ୍ମୀର ଘାଟିର ଅନନ୍ତନାଗ ଏବଂ ବାରାମୁଳା ଜିଲାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
#UPDATE Jammu and Kashmir: 15 people injured in a grenade attack in a market on Maulana Azad Road in Srinagar. https://t.co/LYAa5UHght pic.twitter.com/ic4LuXq8g4
— ANI (@ANI) November 4, 2019
Comments are closed.