www.samajalive.in
Saturday, December 6, 2025
14.1 C
Bhubaneswar

ନବମ ଶ୍ରେଣୀ ନାତିର ସ୍କୁଲ ଖୋଲିବା ପାଇଁ ମୁଖ୍ୟ ସଚିବଙ୍କୁ ଲେଖିଲେ ଜେଜେ

ଗୁରୁଡିଝାଟିଆ : କରୋନା ମହାମାରୀ ଶିକ୍ଷା ବ୍ୟବସ୍ଥାକୁ ଭାଙ୍ଗିରୁଚି ଦେଇଛି। ସରକାର ଅନଲାଇନ ଶିକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସେତେ ଫଳପ୍ରଦ ହୋଇପାରିନାହିଁ। କରୋନା ଏବେ ତଳମୁହାଁ ହୋଇଥିବାରୁ ରାଜ୍ୟ ସରକାର ୧୦ମ ଓ ଦ୍ୱାଦଶ ଶ୍ରେଣୀ ସହିତ +୩ ଶ୍ରେଣୀରେ ଅଧ୍ୟୟନ କରିବା ପାଇଁ ଅନୁମତି ଦେଇସାରିଲେଣି। ହେଲେ ୯ମ ଶ୍ରେଣୀ ଏପର୍ଯନ୍ତ ଖୋଲାଯାଇନାହିଁ । ଯାହାଫଳରେ କି ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ନ ଯାଇ ଘର ମଧ୍ୟରେ ଅଶାନ୍ତମୟ ଜୀବନ କାଟୁଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ୯ମ ଶ୍ରେଣୀ ଖୋଲିବା ନିମନ୍ତେ ଆଠଗଡ ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ବରିଷ୍ଠ ନାଗରିକ ତଥା ସମାଜସେବୀ ଲକ୍ଷ୍ମୀକାନ୍ତ ପଣ୍ଡା ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଓ ଗଣଶିକ୍ଷା ସଚିବଙ୍କୁ ଚିଠି ଲେଖି ନିଜର ୯ମ ଶ୍ରେଣୀରେ ପ୍ରଥମ ହେଉଥିବା ନାତିର ଶିକ୍ଷା ସଂପର୍କରେ ସୂଚାଇଛନ୍ତି। ରାଜ୍ୟ ସରକାର ଏବେ ଯାତ୍ରା, ମେଳା, ପ୍ରେକ୍ଷାଳୟ, ପାର୍କ ଏପରିକି ବିବାହ ସମୟରେ ସାଉଣ୍ଡ ପାଇଁ ମଧ୍ୟ ଅନୁମତି ଦେଲେଣି। କଣ ପାଇଁ ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ୯ମ ଶ୍ରେଣୀ ଖୋଲିନାହାନ୍ତି ତାହା ବୁଝାପଡୁନାହିଁ। ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ଛାତ୍ରଛାତ୍ରୀ ପାଠ ପଢି ନ ପାରି ଅଶାନ୍ତମୟ ଜୀବନ କାଟୁଥିବା ବେଳେ ଅଭିଭାବକମାନେ ଏଥିରୁ ବାଦ୍ ପଡୁନାହାନ୍ତି । ତେଣୁ ତୁରନ୍ତ ରାଜ୍ୟ ସରକାର ୯ମ ଶ୍ରେଣୀ ଖୋଲିବା ନିମନ୍ତେ ମୁଖ୍ୟ ସଚିବ ଓ ଶିକ୍ଷା ସଚିବଙ୍କୁ ଶ୍ରୀ ପଣ୍ଡା ଲିଖିତ ଭାବରେ ଚିଠି ପଠାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories