ବଦଳିବ ଟୋଲ୍ ଫି’ ନିୟମ

ରାସ୍ତାରୁ ହଟିବ ଟୋଲ୍ ଗେଟ୍

ନୂଆଦିଲ୍ଲୀ : ସରକାର ଟୋଲ ଫି’ ପାଇଁ ‘ଉପଗ୍ରହ ଆଧାରିତ ପଥ କର ପ୍ରଣାଳୀ’ ଅର୍ଥାତ୍ ସାଟେଲାଇଟ୍ ବେଷ୍ଟ୍ଡ ଟୋଲ୍ ଟ୍ୟାକ୍ସ ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି । ତଦନୁସାରେ ଟୋଲ ଗେଟ ହଟାଇ ଦିଆଯିବ ଏବଂ ଗାଡି ଚାଳକଙ୍କୁ କେବଳ ସେତିକି ଦୂରର ଟ୍ୟାକ୍ସ ଦେବାକୁ ପଡିବ ଯେତିକି ସେମାନେ ଯାତ୍ରା କରିବେ । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ରାଜ୍ୟସଭାରେ ପ୍ରଶ୍ନକାଳରେ ଏନେଇ ସୂଚନା ଦେଇଛନ୍ତି ।

ସେ ଜଣାଇଛନ୍ତି କି ସରକାର ଟୋଲ ଟ୍ୟାକ୍ସ ପାଇଁ ବିଶ୍ବର ସର୍ବଶ୍ରେଷ୍ଠ ପ୍ରଦ୍ୟେଗିକୀ ଉପଗ୍ରହ ଆଧାରିତ ପଥ କର ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ସେ କହିଛନ୍ତି କି ଲୋକସଭା ନିର୍ବାଚନ ପୂର୍ବରୁ ଆଚାର ସଂହିତା ଲାଗୁ ହେବା ପୂର୍ବରୁ ଦେଶରେ ଏହି ବ୍ୟବସ୍ଥା ଲାଗୁ କରିବାକୁ ଚେଷ୍ଟା ଚାଲିଛି । ଏହି ବ୍ୟବସ୍ଥା ଅନୁସାରେ ଟୋଲ୍ ଗେଟ୍ ହଟାଇ ଦିଆଯିବ । ଲୋକଙ୍କୁ କେଉଁଠି ରହିବାକୁ ପଡିବନି । ଯାତ୍ରୀଙ୍କ ଗାଡିର ନମ୍ବର ପ୍ଲେଟର ଫଟୋ ନିଆଯିବ ଏବଂ ଯେଉଁଠି ସେମାନେ ପ୍ରବେଶ କରିବେ ଏବଂ ଯେଉଁ ପର୍ଯ୍ୟନ୍ତ ଯାତ୍ରା କରିବେ ସେତିକି ବାଟର ଟ୍ୟାକ୍ସ ନିଆଯିବ ଏବଂ ଏହି ରାଶି ଗାଡି ଚାଳକଙ୍କ ବ୍ୟାଙ୍କ ଖାତାରୁ କାଟିନିଆଯିବ ।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ ଜଣାଇଛନ୍ତି କି ଟୋଲ୍ ବୁଥରୁ ପ୍ରତି ଦିନ ହାରାହାରି ସଂଗ୍ରହରୁ ୪୯ ହଜାର କୋଟି ଟଙ୍କାର ଆୟ ହୋଇଥାଏ । ସେ କହିଛନ୍ତି କି ଫାଷ୍ଟ୍ୟାଗ୍ ବ୍ୟବସ୍ଥାର ଉପଯୋଗ ୯୮.୫ ପ୍ରତିଶତ ଲୋକ କରିଛନ୍ତି ତଥା ୮.୧୩ କୋଟି ଫାଷ୍ଟ୍ୟାଗ୍ ଜାରି କରାଯାଇଛି । ଏହି ଅନୁସାରେ ପ୍ରତିଦିନ ହାରାହାରି ୧୭୦ରୁ ୨୦୦ କୋଟି ଟଙ୍କାର ଟୋଲ୍ ଟ୍ୟାକ୍ସ ଆସିଥାଏ ।

Comments are closed.