www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟପାଳ ନିଜ କର୍ତ୍ତବ୍ୟ କରିବା ଉଚିତ୍, ବିଲ ଅଟକାଇବା ଉଚିତ ନୁହେଁ: ସୁପ୍ରିମକୋର୍ଟ

ଡେସ୍କ: କେତେଜଣ ରାଜ୍ୟପାଳ ରାଜ୍ୟ ସରକାରଙ୍କ ଦ୍ୱାରା ପଠାଯାଇଥିବା ବିଲକୁ ଅଟକାଇ ରଖିଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗରତ୍ନା କହିଛନ୍ତି ଯେ ରାଜ୍ୟପାଳମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ କରିବାକୁ କହିବା ଅଦାଲତ ପାଇଁ ଅରୁଚିକର।

ନ୍ୟୁଜକ୍ଲିକ୍‌ ବିରୋଧରେ ଅଭିଯୋଗପତ୍ର ଦାଖଲ

- Advertisement -

ନାଲସାର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘କୋର୍ଟ ଆଣ୍ଡ କନଷ୍ଟିଚ୍ୟୁସନ୍-୨୦୨୩ ଇନ୍ ରିଭ୍ୟୁ’ ସମ୍ମିଳନୀରେ ଉଦଘାଟନୀ ଭାଷଣ ଦେଇ ବିଚାରପତି ବିମୁଦ୍ରୀକରଣକୁ ସମାଲୋଚନା କରି କହିଛନ୍ତି ଯେ ଏହା କଳାଧନ ଜମାକାରୀଙ୍କୁ ସାହାଯ୍ୟ କରିଥିଲା। ସେ କହିଛନ୍ତି, ଦେଶରେ ଏବେ ରାଜ୍ୟପାଳଙ୍କ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ସମ୍ବିଧାନ ଅନୁଯାୟୀ ରାଜ୍ୟପାଳମାନଙ୍କୁ ସେମାନଙ୍କର ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ପାଳନ କରିବାକୁ କହିବା ଏବଂ ବିଲ୍ ଗୁଡ଼ିକୁ ଅନୁମୋଦନ ଦେବାରେ ବିଳମ୍ବ ନ କରିବା ପାଇଁ କହିବା ଅଦାଲତ ପାଇଁ ଲଜ୍ଜାଜନକ ବୋଲି ଜଷ୍ଟିସ୍ ନାଗରତ୍ନା କହିଛନ୍ତି।

ପାକିସ୍ତାନରେ ପେଟ୍ରୋଲ ଦର ୩୦୦ ଟଙ୍କା ଛୁଇଁବ

ତେବେ ବିମୁଦ୍ରୀକରଣ ପାଇଁ କେନ୍ଦ୍ରର କ୍ଷମତାକୁ ବଜାୟ ରଖିଥିବା ୫ ଜଣିଆ ଖଣ୍ଡପୀଠର ସଦସ୍ୟ ଜଷ୍ଟିସ୍ ନାଗରତ୍ନା ହେଉଛନ୍ତି ଏକମାତ୍ର ବିଚାରପତି ଯିଏ ତରବରିଆ ଭାବେ ଏହି ନିଷ୍ପତ୍ତି ନିଆଯାଇଛି ଏବଂ କାର୍ଯ୍ୟକାରୀ କରାଯାଇଛି ବୋଲି କହିବା ସହ ତାହାକୁ ନାପସନ୍ଦ କରି ରାୟରେ ନିଜ ମତ ଲେଖିଛନ୍ତି।

ମହାରାଷ୍ଟ୍ର ଓ ପଞ୍ଜାବର ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ପରିସ୍ଥିତିକୁ ଠିକ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡିଲା। ମହାରାଷ୍ଟ୍ର କ୍ଷେତ୍ରରେ ରାଜ୍ୟପାଳଙ୍କ ପାଖରେ ବିଶ୍ୱାସ ମତ ପରୀକ୍ଷା ପାଇଁ ଯଥେଷ୍ଟ କାରଣ ଥିଲା କି ନାହିଁ ତାହା ପ୍ରଶ୍ନବାଚୀ ଥିଲା। ବର୍ତ୍ତମାନର ସରକାର ବିଧାୟକଙ୍କ ବିଶ୍ୱାସ ହରାଇଛନ୍ତି ବୋଲି ଦର୍ଶାଇବା ପାଇଁ ରାଜ୍ୟପାଳଙ୍କ ପାଖରେ କୌଣସି ତଥ୍ୟ ନଥିଲା।

ସେହି ଦୃଷ୍ଟିରୁ ୨୦୨୩ ଏକ ଉଲ୍ଲେଖନୀୟ ବର୍ଷ ଥିଲା କାରଣ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ଅଖଣ୍ଡତା ରକ୍ଷା ଏବଂ ସେମାନଙ୍କ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ସୁପ୍ରିମକୋର୍ଟ ଅନେକ ରାୟ ଦେଇଥିଲେ।

ଜନ୍ମଦିନ କେକ୍ ନେଲା ଜୀବନ!

ସେ କହିଛନ୍ତି ଯେ ପଞ୍ଜାବ ମାମଲାରେ ରାଜ୍ୟପାଳ ୪ଟି ବିଲକୁ ଅଟକାଇ ରଖିଛନ୍ତି। ଅଦାଲତ ରାଜ୍ୟପାଳଙ୍କୁ ସ୍ମରଣ କରାଇ ଦେଇଛନ୍ତି ଯେ ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାହା ଅଟକାଇ ପାରିବେ ନାହିଁ। ସେ କହିଛନ୍ତି, ବିଲକୁ ନେଇ ସେ ଅଯଥା ବିବାଦ ସୃଷ୍ଟି କରୁଛନ୍ତି। ସେ କହିଛନ୍ତି, ସମ୍ବିଧାନ ଅନୁଯାୟୀ ରାଜ୍ୟପାଳଙ୍କୁ ଅଦାଲତକୁ ଟାଣିବା ଏକ ସୁସ୍ଥ ଧାରା ନୁହେଁ। ରାଜ୍ୟପାଳ ପଦ ଏକ ଗମ୍ଭୀର ସାମ୍ବିଧାନିକ ପଦବୀ। ସେମାନଙ୍କୁ ଦାୟିତ୍ବ ନିଷ୍ଠାର ସହ ନିର୍ବାହ କରିବାକୁ ପଡ଼ିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories