www.samajalive.in
Saturday, December 6, 2025
14.1 C
Bhubaneswar

ସେବା ସଂସ୍ଥାନ ସହଯୋଗରେ ମାଗଣା ଚକ୍ଷୁ ପରୀକ୍ଷା

ଚିକିଟୀ: ଦୁର୍ଗମ ଅଙ୍କୁଲି ପଞ୍ଚାୟତ ତାଡକାସାହି ଗାଁରେ ପ୍ରତିଷ୍ଠିତ ସେବା ସଂସ୍ଥାନ  ଚିକିଟୀ ଓ ବ୍ରହ୍ମପୁର ରୁବି ଚକ୍ଷୁ ଚିକିତ୍ସାଳୟ ଓ ଲାସିକ୍ ସେଣ୍ଟର ର ମିଳିତ ସହଯୋଗ ରେ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଚକ୍ଷୁ ଡାକ୍ତର ରିସବ ସେଠ୍ , ଚକ୍ଷୁ ସହାୟକ ବିକାଶ କୁମାର ପାଢ଼ୀ, ଗୁରୁ ନାୟକ, ଗୀତାଞ୍ଜଳି ସାହୁ,ପପୁ ଗୌଡ଼ଙ୍କ ସହାୟକ ଯୋଗ ଦେଇ ୬୦ରୁ ଉର୍ଦ୍ଧ ରୋଗୀଙ୍କ ରକ୍ତଚାପ, ମଧୁମେହ ପରୀକ୍ଷା ସହ ଚକ୍ଷୁ ରୋଗ ସମ୍ବନ୍ଧିତ ଚିକିତ୍ସା ପରାମର୍ଶ ସହ ମାଗଣା ଔଷଧର ବ୍ୟବସ୍ଥା କରାଯାଇ ଆବଶ୍ୟକ ରୋଗୀଙ୍କୁ ଅସ୍ତ୍ରୋପଚାରର ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ସେବା ସଂସ୍ଥାନ ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଶୁଭାରମ୍ଭ କରିଥିଲେ । ସେବା ସଂସ୍ଥାନର ଏଭଳି ଅନେକ ଜନହିତକର କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ଆଗକୁ ମଧ୍ୟ ଏଭଳି ବିଭିନ୍ନ ସେବା ଜାରି ରହିବ ବୋଲି ସେବା ସଂସ୍ଥାନର ସଭାପତି, ସମ୍ପାଦକ ଓ ସଭ୍ୟମାନେ ମତବ୍ୟକ୍ତ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories