www.samajalive.in
Saturday, December 6, 2025
23.1 C
Bhubaneswar

ନ୍ୟୁଜକ୍ଲିକ୍‌ ବିରୋଧରେ ଅଭିଯୋଗପତ୍ର ଦାଖଲ

ନୂଆଦିଲ୍ଲୀ: ନ୍ୟୁଜକ୍ଲିକ୍‌ ନାମକ ଏକ ନ୍ୟୁଜ୍‌ ପୋର୍ଟାଲ ବିରୋଧରେ ଦିଲ୍ଲୀ ପୁଲିସ ଶନିବାର ଅଭିଯୋଗପତ୍ର ଦାଖଲ କରିଛି। ନ୍ୟୁଜକ୍ଲିକ୍‌ ନିଜ ପୋର୍ଟାଲ ମାଧ୍ୟମରେ ଚୀନ ସପକ୍ଷରେ ପ୍ରଚାର କରୁଥିବାରୁ ତା’ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଦିଲ୍ଲୀ ପୁଲିସ ତରଫରୁ ଅତିରିକ୍ତ ଦୌରା ଜଜ୍‌ଙ୍କ ଅଦାଲତରେ ୮ ହଜାର ପୃଷ୍ଠାର ଅଭିଯୋଗ ପତ୍ର ଦାଖଲ କରାଯାଇଛି। ନ୍ୟୁଜକ୍ଲିକ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ପ୍ରବୀର ପୁରକାୟସ୍ଥଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଖୁବ୍‌ଶୀଘ୍ର ଅତିରିକ୍ତ ଅଭିଯୋଗପତ୍ର ଦାଖଲ କରାଯିବ ବୋଲି ଦୌରା ଜଜ୍‌ଙ୍କୁ ସରକାରୀ ଓକିଲ ​‌ଅବଗତ କରାଇଥିଲେ। ମାମଲାର ଶୁଣାଣି ଏପ୍ରିଲ ୧୬ରେ ହେବ ବୋଲି ଅଦାଲତ ଦିନଧାର୍ଯ୍ୟ କରିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories