କଳାହାଣ୍ଡି ଗସ୍ତରେ ଯାଇ ମାଣିକେଶ୍ଵରୀଙ୍କ ଦର୍ଶନ କଲେ ରାଜ୍ୟପାଳ

ଭବାନୀପାଟଣା: କଳାହାଣ୍ଡି ଗସ୍ତରେ ଯାଇ ମହାମହିମ ରାଜ୍ୟପାଳ ରଘୁବର ଦାସ ମାଁ ମାଣିକେଶ୍ଵରୀ ମନ୍ଦିରରେ ପହଂଚି ମାଁ ଙ୍କ ଦର୍ଶନ କରିଥିଲେ। ପରେ ଷ୍ଟେସନ ରୋଡ଼ରେ ଥିବା ନେହେରୁ ସେବା ସଂଘର ଶିଶୁ ଯତ୍ନ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ କିଭଳି ଶିଶୁ ମାନଙ୍କ ଯତ୍ନ ନିଆଯାଉଛି ତାହା ଦେଖିବା ସହ ପିଲାଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଅନାଥ ପିଲାଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଲୁଥିବା ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏବଂ ରାଜ୍ୟ ସରକାର ସମସ୍ତ ସୁବିଧା ଯୋଗାଇ ଦେଇଥିବାରୁ ଧନ୍ୟବାଦ ରାଜ୍ୟପାଳ ଜଣାଇଥିଲେ। ପିଲାଙ୍କୁ ଜନ୍ମ କରିବା ପରେ ବାପାପା ମାନେ ବିଭିନ୍ନ କାରଣରୁ ନାଲ କଡ଼ରେ ଛାଡୁଥିବା, କରୋନା କାଳରେ ଅନେକ ଅନାଥ ହେଇଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ। ଆଶ୍ରମରେ ଯୁକ୍ତ ଦୁଇ ପଢୁଥିବା ଜଣେ ଅନ୍ତେବାସୀନି ଭବିଷ୍ୟତରେ ଶିକ୍ଷକ ହେବାକୁ ଚାହୁଁଥିବା ବେଳେ ଆଉ ଜଣେ ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଚା ପ୍ରକାଶ କରିଥିଲେ। ଉଭୟଙ୍କୁ ରାଜ୍ୟପାଳ ଶୁଭେଛା ଜଣାଇଥିଲେ। ଏହି ଅନୁଷ୍ଠାନ ସମ୍ପର୍କରେ ସମସ୍ତ ବିଷୟ ବୁଝୁବା ସହ ପିଲାଙ୍କ ସ୍ବପ୍ନ ସାକାର ପାଇଁ କୋଚିଂ ଦେବାକୁ ରାଜ୍ୟପାଳ ୫ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏହି କାର୍ୟ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଏସପି ଅଭିଳାଷ ଜି, ବିଭିନ୍ନ ବିଭାଗ ର କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ।

Comments are closed.