www.samajalive.in
Monday, December 8, 2025
14.1 C
Bhubaneswar

ମତ୍ସ୍ୟଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ନୂଆ ଯୋଜନା

ଭୁବନେଶ୍ବର : ମତ୍ସ୍ୟ ଚାଷକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କୁ ଜୀବିକା ସହାୟତା ଯୋଗାଇବା ପାଇଁ ରାଜ୍ୟ ସରକାର ‘ବାୟୋଫ୍ଲକ(ଜୈବପୁଞ୍ଜ) ପଦ୍ଧତିରେ ସଘନ ମାଛଚାଷ ନିମନ୍ତେ ପ୍ରୋତ୍ସାହନ’ ନାମକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହି ମାଛ ଚାଷ ଖୁବ କମ ଜାଗାରେ କରାଯାଇପାରିବ। ଯେକୌଣସି ଉଚ୍ଚସ୍ଥାନ, ଘରର ଛାତ, ବଗିଚା ଓ ଘର ପଛ ପାଖରେ ଥିବା ଖାଲି ଜାଗାରେ ଏହା ହୋଇପାରିବ।

ଜୈବପୁଞ୍ଜ ପଦ୍ଧତିରେ ମାଛ ଚାଷ ନିମନ୍ତେ ୨ଟି କୁଣ୍ଡ ପାଇଁ ପ୍ରକଳ୍ପ ମୂଲ୍ୟ ଦେଢ଼ଲକ୍ଷ ଟଙ୍କା ଏବଂ ୬ଟି କୁଣ୍ଡ ପାଇଁ ୪ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବର୍ଗର ଲୋକଙ୍କ ପାଇଁ ୪୦ ପ୍ରତିଶତ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ୬୦ ପ୍ରତିଶତ ରିଆତି ବ୍ୟବସ୍ଥା ରଖାଯାଇଛି। ଏହା ଜୀବିକା ସହାୟତା ଏବଂ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ ଭଲ ଯୋଜନା ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି।

- Advertisement -

ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ନୂତନ ଯୋଜନା ରାଜ୍ୟର ଉଦ୍ୟୋଗୀ, ଶିକ୍ଷିତ ବେକାର ଯୁବବର୍ଗ ଏବଂ ମତ୍ସ୍ୟ ଚାଷୀଙ୍କୁ ଜୀବିକା ସହାୟତା ପ୍ରଦାନ କରିବ। ରାଜ୍ୟକୁ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ଏହି ନୂତନ ଓ ଉନ୍ନତ ଜ୍ଞାନକୌଶଳ ଯୁକ୍ତ ମତ୍ସ୍ୟ ଚାଷକୁ ସରକାର କାର୍ଯ୍ୟକାରୀ କରୁଛନ୍ତି।

ଅଧିକ ଜମି ଓ ଜଳସମ୍ପଦ ଉପଯୋଗ ନକରି ସୀମିତ ସ୍ଥାନରେ ସଘନ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ କରିହେବ। ୧୫୦x୨୦୦ ବର୍ଗ ମିଟର ପରିମିତ ଜମି ଏବଂ ସହରାଞ୍ଚଳରେ ପାଇପ ଜଳ ବା ନଳକୂପ ଜଳକୁ ଉପଯୋଗ କରି ଏହି ପଦ୍ଧତିରେ ଚାଷ କରାଯାଇପାରିବ। ଏହା ବଜାର ଚାହିଦା ଥିବା ଗିଫଟ, ଟିଲାପିଆ, ମାଗୁର, ଜଳଙ୍ଗ, କଉ, ବିଲାତି ରୋହି ଆଦି ମାଛ ଉତ୍ପାଦନ ନିମନ୍ତେ ଉପଯୁକ୍ତ ପଦ୍ଧତି। ବର୍ଜ୍ୟ ଜୈବ ପଦାର୍ଥ ଯଥା ଅବ୍ୟବହୃତ ଖାଦ୍ୟକୁ ମାଛ ଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ। ପ୍ରଚଳିତ ମାଛ ଚାଷ ପଦ୍ଧତିରେ ଏକ ଏକର ପୋଖରୀ ବା ୪୦୦୦ ବର୍ଗ ମିଟର ପରିମିତ ଅଞ୍ଚଳରୁ ଛଅ ମାସ ମଧ୍ୟରେ ୨ହଜାର କିଲୋ ମାଛ ଉତ୍ପାଦିତ ହୋଇପାରୁଥିବା ବେଳେ ସମ ପରିମାଣର ମାଛ ୪ଟି ଜୈବପୁଞ୍ଜ କୁଣ୍ଡରୁ ହୋଇପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବ୍ୟବସ୍ଥାରେ ପ୍ରତି କୁଣ୍ଡରେ ୧୦୦୦ରୁ ୧୫୦୦ ସଂଖ୍ୟକ ଯାଆଁଳ(୨-୩ ସେମି) ଛାଡ଼ି ୬ ମାସ ମଧ୍ୟରେ ୫୦୦କିଲୋ ଉତ୍ପାଦନ କରାଯାଇପାରିବ। ଏହି ନୂତନ ପଦ୍ଧତି ମତ୍ସ୍ୟ ଉତ୍ପାଦନକୁ ତ୍ବରାନ୍ବିତ କରିବା ସହ ସ୍ବଳ୍ପ ଜମି ଥିବା ବ୍ୟକ୍ତି ଓ ଉଦ୍ୟୋଗୀଙ୍କୁ ମାଛ ଚାଷ ପ୍ରତି ଆକୃଷ୍ଟ କରିପାରିବ ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories