ତେହରିକ୍-ଏ-ହୁରିୟତ ନିଷିଦ୍ଧ ଘୋଷଣା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀରର ସଂଗଠନ ତେହରିକ୍-ଏ-ହୁରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବେଆଇନ କାର୍ଯ୍ୟକଳାପ ନିବାରଣ ଅଧିନିୟମ(ୟୁଏପିଏ) ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ସାମାଜିକ ଗଣମାଧ୍ୟମ ଜରିଆରେ ଏନେଇ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ କହିଛନ୍ତି, ଏହି ସଂଗଠନ ବେଆଇନ କାର୍ଯ୍ୟକଳାପରେ ଜଡିତ ଏବଂ ଜମ୍ମୁ କାଶ୍ମୀରକୁ ଭାରତରୁ ଅଲଗା କରି ରାଜ୍ୟରେ ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଛି। ଭାରତ ବିରୋଧୀ ପ୍ରଚାର ଏବଂ ଆତଙ୍କୀ କାର୍ଯ୍ୟକଳାପ ପାଇଁ ତେହରିକ୍-ଏ-ହୁରିୟତ ଗଠନ କରାଯାଇଥିଲା।
Comments are closed.