ଦିଲ୍ଲୀ ଡେୟାରଡେଭିଲ୍ସ ଅଧିନାୟକ ପଦରୁ ଓହରିଲେ ଗମ୍ଭୀର
ନୂଆଦିଲ୍ଲୀ : ଆଇପିଏଲର ଏକାଦଶତମ ସଂସ୍କରଣରେ ବାରମ୍ବାର ପରଜାୟ ପରେ ବୁଧବାର ଦିଲ୍ଲୀ ଡେୟାରଡେଭିଲ୍ସ ଅଧିନାୟକ ପଦରୁ ଗୌତମ ଗମ୍ଭୀର ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଦଳର ନୂଆ ଅଧିନାୟକ ହେବେ । ଦିଲ୍ଲୀର ଅସନ୍ତା ମ୍ୟାଚ ଶୁକ୍ରବାର କଲକାତା ନାଇଟରାଇଡର୍ସ ସହ ଅଛି । ଏହି ମ୍ୟାଚ ପୂର୍ବରୁ ଗମ୍ଭୀର ଅଧିନାୟକ ପଦ ଛାଡିଦେଇଛନ୍ତି । ଉଲ୍ଲେଖନୀୟ ଯେ ଗୌତମ ଗମ୍ଭୀର ଏହା ପୂର୍ବରୁ କଲକାତା ନାଇଟ ରାଇଡର୍ସ (କେକେଆର)ର ଅଧିନାୟକ ଥିଲେ । ତାଙ୍କ ଅଧିନାୟକତ୍ୱରେ କଲକାତା ୨ଥର ଆଇପିଏଲ ଚମ୍ପିଆନ ହୋଇଛି । ଚଳିତ ସଂସ୍କରଣରେ ଅଭିନେତା ଶାହରୁଖ ଖାନଙ୍କ ମାଲିକାନାରେ ଥିବା କେକେଆର ଗମ୍ଭୀରଙ୍କୁ ଦଳରେ ରଖିନଥିଲା । ଏହାପରେ ଦିଲ୍ଲୀ ଡେୟାରଡେଭିଲ୍ସ ତାଙ୍କୁ ଦଳରେ ସାମିଲ କରିଥିଲା । ଗମ୍ଭୀରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ୬ଟି ମ୍ୟାଚ୍ ଖେଳି ମାତ୍ର ଗୋଟିଏରେ ବିଜୟ ହାସଲ କରିଛି । ଦିଲ୍ଲୀ ବର୍ତ୍ତମାନ ଟେବୁଲ୍ର ସର୍ବନିମ୍ନରେ ରହିଛି । ଗମ୍ଭୀର ଚଳିତ ସଂସ୍କରଣରେ ଭଲ ପ୍ରଦର୍ଶନ କରିପାରିନାହାନ୍ତି । ସେ ୬ଟି ମ୍ୟାଚ୍ର ୫ଟି ପାରିରୁ ମାତ୍ର ୮୫ ରନ କରିପାରିଛନ୍ତି । ସେହି କ୍ରମରେ ମ୍ୟାଚ୍ ମିଛା ତାଙ୍କ ରନ ହାର ୧୭ ରହିଛି । ତେବେ ଦିଲ୍ଲୀର ଶ୍ରେୟସ ଆୟର ୬ଟି ମ୍ୟାଚ୍ରୁ ୩୭.୨୭ ହାରରେ ମୋଟ ୧୫୧ ରନ କରିଛନ୍ତି ।