www.samajalive.in
Sunday, December 14, 2025
17.1 C
Bhubaneswar

ଗୋପବନ୍ଧୁ ବିଜ୍ଞାନ କଲେଜରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ଆଠଗଡ଼ : ଗୋପବନ୍ଧୁ ବିଜ୍ଞାନ କଲେଜ ଏନଏସଏସ ପକ୍ଷରୁ ଗୁରୁବାର ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡଃ ଚିତ୍ରସେନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଧ୍ୟକ୍ଷା ଡଃ ଲୋକନାଥ ସାହୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ ଦେଶମାତୃକାର ସମ୍ମାନ ଓ ସ୍ୱାଭିମାନ ବଜାୟ ରଖିବା ସହିତ ଭାରତକୁ ଏକ ଉନ୍ନତ ଦେଶ ଭାବେ ଗଢିତୋଳିବାରେ ବ୍ରତୀ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଏନଏସଏସ ସ୍ୱେଚ୍ଛାସେବୀମାନେ କଲେଜ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟକ୍ରମ କରିବା ସହ ଶତାଧିକ ଚାରା ରୋପଣ କରିଥିଲେ। ଏନଏସଏସର ଅନ୍ୟ ଦୁଇ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପିକା ଶ୍ରୀମନ୍ତିନୀ ଦାସ ଓ ବିଷ୍ଣୁପ୍ରିୟା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories