ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ପିକକ ସ୍ବେଚ୍ଛାସେବୀ ସଙ୍ଗଠନ ସଭା କକ୍ଷରେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ସମାଜ ପ୍ରତିନିଧି ନୃସିଂହ ନାଥ ସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ବଡପାଟଣା ସରପଞ୍ଚ ବିନତି ବାନରା, ସମାଜସେବୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ସମାଜସେବୀ ଅଜୟ କୁମାର ଦାଶ, ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ଉତ୍କଳମଣିଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଧୂପ ଦୀପ ପ୍ରଜ୍ବଳନ କରିବା ପରେ ଅତିଥି ମାନଙ୍କ ସହ ପଣ୍ଡିତ ପର୍ଶୁରାମ ପଣ୍ଡା, ପିକକର ରତ୍ନା ଦାସ, ପାଟଣା ପ୍ରେସ କ୍ଳବ ସଭାପତି କିଶୋର ଚନ୍ଦ୍ର ମହାନ୍ତ, ସମ୍ପାଦକ ବିଜୟରତ୍ନ ପତି ଓ ସମାଜ ପ୍ରତିନିଧି ଶ୍ରୀ ସିଂହ ପ୍ରମୁଖ ଉତ୍କଳମଣିଙ୍କ ସେବା ଓ ତ୍ୟାଗ ,ଭାଷା ସାହିତ୍ୟ ଓ ଉତ୍କଳ ପ୍ରଦେଶ ଗଠନରେ ତାଙ୍କୁ ଭୂମିକା ଉପରେ ସ୍ମୃତିଚାରଣ କରିଥିଲେ। କାର୍ଯ୍ୟକ୍ରମରେ ସତ୍ୟନାରାୟଣ ମହାନ୍ତ, ଝସକେତନ ମହାନ୍ତ, ଦ୍ରୌପଦୀ ବେଜ, ପ୍ରଭାତ ମୁଣ୍ଡା, ସୁନେଲି ନାୟକ, ମେଘମାଳା ମହାନ୍ତ ଓ ସୁଚିତ୍ରା ମହାନ୍ତ ପ୍ରମୁଖ ଅନ୍ୟମାନେ ଉପସ୍ଥିତ ଥିଲେ।
Popular Categories



