Patra electronics

ଗୋପାଳପୁର ବେଳାଭୂମି ; ୨୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ବାରଣ

 ଗୋପାଳପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୁପ ନେଇ ବାଂଲାଦେଶ ମୁହାଁ ହୋଇଥିବାରୁ ଗୋପାଳପୁର ସମୁଦ୍ରରେ ଉଚ୍ଚ ଜୁଆର ରହିବା ସହ ଅଶାନ୍ତ ରହିଥିବା ଦେଖିବାକୁ ମିଳିଛି । ତେଣୁ ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପୁଲିସ ରବିବାର ସନ୍ଧ୍ୟା ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଆଖପାଖ ଲୋକଙ୍କ ସମେତ ବାହାର ପର୍ଯ୍ୟଟକଙ୍କୁ ବେଳାଭୂମିକୁ ବାରଣ କରାଯାଇଛି । ଆଜି ରବିବାର ହୋଇଥିବାରୁ ଆଖପାଖ ଲୋକଙ୍କ ସମେତ ବାହାର ପର୍ଯ୍ୟଟକଙ୍କ ବେଳାଭୂମିରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ତାହାସହ ବେଳାଭୂମିରେ ରହିଥିବା ଫାଷ୍ଟଫୁଡ଼ ଦୋକାନ ଓ ଉଠା ଦୋକାନୀ ମାନଙ୍କରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । କିନ୍ତୁ ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ନେତୃତ୍ୱରେ ପୁଲିସ କର୍ମଚାରୀ ମାନେ ବେଳାଭୂମିରେ ପହଞ୍ଚି ବେଳାଭୂମିକୁ ବାରଣ କରିବା ସହ ସମସ୍ତ ଦୋକାନ ବନ୍ଦ କରିଦେଇଥିଲେ। ଯାହାଦ୍ୱାରା ନିଜ ପରିବାର ସହ ଆସିଥିବା ଲୋକଙ୍କ ସମେତ ବାହାର ପର୍ଯ୍ୟଟକ  ହୋଇ ଫେରି ଯାଇଥିଲେ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ୧ ପ୍ଲାଟୁନ ପୁଲିସ ଫୋର୍ସ ବେଳାଭୂମିରେ ମୁତୟନ ରହିବେ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Comments are closed.