www.samajalive.in
Friday, December 5, 2025
20.1 C
Bhubaneswar

ସୁନା ବିକିବା ବାହାନାରେ ୧୫ ଲକ୍ଷ ଟଙ୍କା ଧରି ଠକ ଚମ୍ପଟ

ଗୋପାଳପୁର: ପୁରୁଣା ସୁନାକୁ ଅଧାଦରରେ ବିକ୍ରି କରିବାକୁ କହି ବ୍ରହ୍ମପୁରର ଜୈନିକ ବ୍ୟକ୍ତିଙ୍କଠାରୁ ୧୫ ଲକ୍ଷ ଟଙ୍କା ଧରି ଜଣେ ଠକ ଚମ୍ପଟ ମାରିଛି। ଠକେଇ ଶିକାର ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଠକେଇର ଶିକାର ହୋଇଥିବା ବ୍ୟକ୍ତିଜଣକ ଗୋଳନ୍ଥରା ନିକଟ ଭୈରବୀ ମନ୍ଦିର ନିକଟରେ ପହଞ୍ଚିଥିଲେ। ସେଠାରେ ଠକ ବ୍ୟକ୍ତିଙ୍କ ନିକଟରେ ଥିବା ସୁନା ଦେଖିବା ପରେ ତାହାକୁ କିଣିବା ପାଇଁ ୧୫ ଲକ୍ଷ ଟଙ୍କା ଗଣି ଦେଇଥିଲେ। ହେଲେ ଏତିକି ବେଳେ ପୁଲିସ ସାଇରନ ବଜାଇ ଏକ ଗାଡି ଆସି ସେଠାରେ ଅଟକିବା କ୍ଷଣି ଠକ ବ୍ୟକ୍ତିଜଣକ ସେଥିରେ ବସି ସୁନା ଓ ଟଙ୍କା ନେଇ ଚମ୍ପଟ ମାରିଥିଲା। ଏଭଳି ଅଭିନବ ଠକେଇ ଗୋଳନ୍ଥରା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ବ୍ରହ୍ମପୁର ବାଲାଜିପେଣ୍ଠ ସାହିର କେ. ବାସୁଦେବ ରେଡ୍ଡୀଙ୍କ ମୋବାଇଲକୁ ସୂରିୟା ନାମରେ ଜଣେ ଅଜଣା ବ୍ୟକ୍ତି ଫୋନ କରି ତାଙ୍କ ନିକଟରେ କିଛି ସୁନା ଅଛି ଏବଂ ତାହାକୁ ସେ ଅଧାଦରରେ ବିକ୍ରି କରିଦେବାକୁ କହିବା ସହ ସେ ସୁନା ଅଳଙ୍କାରର ଫଟୋ ମଧ୍ୟ ମୋବାଇଲକୁ ପଠାଇ ଥିଲେ। ସୁନା ନେବାକୁ ଗୋଳନ୍ଥରା ଚଟିସ୍ଥିତ ଭୈରବୀ ରାସ୍ତାକୁ ଆସିବାକୁ ବାସୁଦେବଙ୍କୁ କହିଥିଲେ। ଏହି କ୍ରମରେ ବାସୁଦେବ ତାଙ୍କର ଜଣେ ବନ୍ଧୁଙ୍କ ସହ ଅପରାହ୍ନ ୪ଟା ବେଳେ ଭୈରବୀ ରାସ୍ତାରେ ପହଞ୍ଚି ଥିଲେ। ସେଠାରେ ନିଜକୁ ସୂରିୟା ବୋଲି ପରିଚୟ ଦେଇଥିବା ବ୍ୟକ୍ତିଜଣକ ବାସୁଦେବକୁ ସୁନା ଦେଖାଇ ୧୫ ଲକ୍ଷ ଟଙ୍କା ତାଙ୍କଠାରୁ ନେଇଥିଲେ। କିନ୍ତୁ କୈଶଳ କ୍ରମେ ସୁନା ହସ୍ତାନ୍ତର ନକରି ଟଙ୍କା ଗଣିବା ଆରମ୍ଭ କରିଥିଲେ। ଏହି ସମୟରେ ହଠାତ କୋଠାରସିଂ ରାସ୍ତା ପଟୁ ଏକ ଇନୋଭା କାର ପୁଲିସ ସାଇରନ ବଜାଇ ଆସିଥିଲା। ଏହାକୁ ଦେଖି ସୂରିୟା ପୁଲିସ ଆସୁଛି କହି ଟଙ୍କାକୁ ସାଥିରେ ଆଣିଥିବା ଏକ ବ୍ୟାଗରେ ଭର୍ତ୍ତି କରି ରାସ୍ତାକଡ଼କୁ ଚାଲି ଯାଇଥିଲା। କାରଟି ସୂରିୟାଙ୍କ ନିକଟରେ ଅଟକିବା କ୍ଷଣି ସେ ଟଙ୍କା ଓ ସୁନା ନେଇ ସେଥିରେ ବସି ଜାତୀୟ ରାଜପଥରେ ଆନ୍ଧ୍ରପ୍ରଦେଶ ପଟକୁ ଚାଲି ଯାଇଥିଲା। ଏହା ଦେଖି ବାସୁଦେବ କିଛି ଭାବିବା ପୂର୍ବରୁ କାର‌ଟି ଦ୍ରୁତଗତିରେ ସେଠାରୁ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ସେହି କାରରେ ପୁଲିସ ପୋଷାକ ପିନ୍ଧି କିଛି ଲୋକ ବସିଥିବା ସେ ଦେଖିଥିଲେ ସୁଦ୍ଧା ଗାଡିର ନମ୍ବର ଟିପି ପାରିନଥିବା ନେଇ ଥାନାରେ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଘଟଣା ସମ୍ପର୍କରେ ୧୫ ତାରିଖ ରାତିରେ ବାସୁଦେବ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ସହ ସୂରିୟାଙ୍କ ମୋବାଇଲ ଫୋନ ଟ୍ରାକିଂ କରି ତଦନ୍ତ ଆରମ୍ଭ କରିଛି।

ସେପ୍ଟେମ୍ବର ୨୧ରେ ସୂର୍ଯ୍ୟପରାଗ.. ଜାଣନ୍ତୁ ଭାରତରେ ଦୃଶ୍ୟମାନ କି ନୁହେଁ: କେଉଁ ରାଶି ପାଇଁ ଅତ୍ୟନ୍ତ ଶୁଭଙ୍କର, ଚାକିରି ଠାରୁ ଆରମ୍ଭ କରି ଜୀବନରେ ମିଳିବ ଅନେକ ଖୁସି..

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories