ପେଟ୍ରୋଲ ଟ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଧରି ମ୍ୟାନେଜର ଫେରାର
ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ ପେଟ୍ରୋଲ ଟ୍ୟାଙ୍କରୁ ଟଙ୍କା ଡିପୋଜିଟ କରିବା ବାହାନାରେ ଲକ୍ଷାଧିକ ଟଙ୍କା ଧରି ମ୍ୟାନେଜର ଫେରାର ହୋଇ ଯାଇଥିବା ନେଇ ପମ୍ପ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗୋପାଳପୁର ମୁଖ୍ୟ ରାସ୍ତାର ଗୋପାଳପୁର କଲେଜ ନିକଟରେ ଥିବା ପ୍ରମୋଦ କିସାନ ସେବା କେନ୍ଦ୍ର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପର ମ୍ୟାନେଜର ଭାବେ କେ. ଆଶିଷ ରାଓ ଦୀର୍ଘ ମାସ ଧରି କାମ କରି ଆସୁଥିଲେ।
ବୁଧବାର ପେଟ୍ରୋଲ ପମ୍ପ ମାଲିକ ଚିତ୍ତ ରଞ୍ଜନ ପାଢ଼ୀଙ୍କ ପକ୍ଷରୁ ପମ୍ପର ବିକ୍ରୀ ହୋଇଥିବା ଦୁଇ ଦିନର ୧୧ ଲକ୍ଷ୍ୟ ୨୨ ହଜାର ୨୩୩ ଟଙ୍କାକୁ ଭଞ୍ଜବିହାର ସନ୍ନିକଟ ମୋନାର୍କ ଛକ ଠାରେ ଥିବା ଆକ୍ସିସ ବ୍ୟାଙ୍କରେ ଜମା କରିବାକୁ ଆଶିଷଙ୍କୁ ଦେଇଥିଲେ । କିନ୍ତୁ ଆଶିଷଙ୍କ ପକ୍ଷରୁ ବ୍ୟାଙ୍କରେ ଟଙ୍କା ଡିପୋଜିଟ ନକରିବା ଜଣା ପଡିବା ପରେ ତାଙ୍କୁ ଫୋନ କରିବାରୁ ତାଙ୍କ ମୋବାଇଲ ବନ୍ଦ ରହିଥିବା ଜାଣିବାକୁ ପାଇଥିଲେ। ଏନେଇ ବ୍ୟାଙ୍କ ଙ୍କ ସହ ଯୋଗାଯୋଗ ବେଳେ ଟଙ୍କା ଡିପୋଜିଟ ହୋଇନଥିବା ଜାଣ ପାରିଥିଲେ।
ଆଶିଷ ଟଙ୍କା ଧରି ଫେରାର ହୋଇଯାଇଥିବା ଜାଣିପାରି ଶ୍ରୀ ପାଢ଼ୀଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ପ୍ରକାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ମେନେଜର ଫେରାର ଥିବା ପୁଲିସ କହିଛି ।
Comments are closed.