www.samajalive.in
Monday, December 15, 2025
15.1 C
Bhubaneswar

ଗୋପାଳପୁର ବଜାର ସାହି ରାସ୍ତା ଖାଲଖମା, ବାରମ୍ବାର ଦାବି ସତ୍ତ୍ୱେ ମରାମତି କରୁନି ପୂର୍ତ୍ତ ବିଭାଗ

ଗୋପାଳପୁର: ଗୋପାଳପୁର ଏକ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳ ଭାବେ ପରିଚିତି ରହିଥୂବା ବେଳେ ଏଠାକାର ରାସ୍ତା କଦର୍ଯ୍ୟ ଅବସ୍ଥାକୁ ଚାଲି ଆସିବା ସହ ଖାଲଖମା ହୋଇଯାଇଥିଲେ ସୁଦ୍ଧା ଦାୟିତ୍ଵ ରେ ଥିବା ପୂର୍ତ୍ତ ବିଭାଗ ଏଥିପ୍ରତି ନଜର ନଦେବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ୨୦୧୮ -୧୯ ରେ ରାଜ୍ୟ ଯୋଜନା ପାଣ୍ଠିରୁ ୬ କୋଟି ୧୩ ଲକ୍ଷ ୧୩ ହଜାର ୪୧୫ ଟଙ୍କା ରେ ପୂର୍ତ୍ତ ବିଭାଗ ପକ୍ଷରୁ କରାପଲ୍ଲୀ ଛକରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ସହ ମରାମତି କରା ଯାଇଥିଲା। ଏହା ମଧ୍ୟରେ ଗତ ମାର୍ଚ୍ଚ ମାସରେ ପୁଣିଥରେ ଲକ୍ଷାଧିକ ଟଙ୍କା ବିନିଯୋଗରେ ଏହି ରାସ୍ତାର ମରାମତି କରା ଯାଇଥିବା ବେଳେ ଗୋପାଳପୁର ସହରର ରାସ୍ତା କାମ କିନ୍ତୁ କରା ଗଲା ନାହିଁଁ।ଯାହା ଫଳରେ ଗୋପାଳପୁର ଟାଉନ ମଧ୍ୟ ଦେଇ ଯାଇଥିବା ରାସ୍ତା କଦର୍ଯ୍ୟ ଅବସ୍ଥା କୁ ଚାଲି ଆସିଛି।
ଏହା ସହ ଗତ ୨୦୨୨ରେ ଗୋପାଳପୁର ରେ ପାନୀୟ ଜଳ ଯୋଗାଣ ନିମନ୍ତେ ରାସ୍ତା ଖୋଳି ଦିଆଯାଇଥିଲା , କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଠିକା କାମ ନେଇଥିବା ଠିକାଦାର ପକ୍ଷରୁ ମଧ୍ୟ ଖୋଳା ଯାଇଥିବା ରାସ୍ତା ଗୁଡିକର ସଠିକ ମରାମତି କରା ଗଲା ନାହିଁଁ ଯଦ୍ୱାରା ରାସ୍ତା ଗୁଡ଼ିକ ଖରାପ ହୋଇ ଯାଇଛି। ଏହା ନେଇ ଏନ ଏ ସି ଅଧ୍ୟକ୍ଷ ଏ ଜାନକୀ ରାମଙ୍କ ପକ୍ଷରୁ ପୂର୍ତ୍ତ ବିଭାଗ ଅଧିକାରୀ ଙ୍କୁ ଅଭିଯୋଗ କରିବା ସହ ଖରାପ ରାସ୍ତାର ମରାମତି କରିବାକୁ ଲିଖିତ ଅଭିଯୋଗ କରିଥିଲେ, କିନ୍ତୁ ବିଭାଗ ପକ୍ଷରୁ ଦୃଷ୍ଟି ଦିଆ ଗଲା ନାହିଁଁ ବୋଲି ମତପୋଷଣ କରିଛନ୍ତି। ଏଣୁ ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ କଦର୍ଯ୍ୟ ଅବସ୍ଥା କୁ ଚାଲି ଆସିଥିବା ରାସ୍ତା କୁ ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories