www.samajalive.in
Sunday, December 14, 2025
26.1 C
Bhubaneswar

ଲାଖପଦର ଗାଁରେ ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ନଷ୍ଟ କଲେ ଖାଦ୍ୟ ସାମଗ୍ରୀ

କଲ୍ୟାଣସିଂହପୁର: ଲାଖପଦର  ଗାଁରେ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀଗୁଡ଼ିକ ଗାଁରେ ଥିବା ବିଭିନ୍ନ ଲୋକଙ୍କ ଘର ଭାଙ୍ଗି ଦେବା ସହ ଖାଦ୍ୟ ସାମଗ୍ରୀ ନଷ୍ଟ କରିଥିବା ସୂଚନା ମିଳିଛି। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ଅଞ୍ଚଳ ପାର୍ଷାଲି ପଞ୍ଚାୟତର ଲାଖପର ଗାଁରେ ୪ଟି ହାତୀ ଆସି ଗାଁ ଚାରି ପାଖରେ ବୁଲି ଡ଼ଙ୍ଗରରେ ଥିବା ଚାଳଛପର ଘରଗୁଡ଼ିକ ଭାଙ୍ଗି ଦେଇଥିଲେ। ଏହାସହିତ ସେହି ଘରଗୁଡ଼ିକ ମଧ୍ୟରେ ରଖାଯାଇଥିବା ଜିନିଷ ପତ୍ର ଯଥା କୁସୁଲା, ମାଣ୍ଡିଆ, ହଳଦୀ, ଆମ୍ବ ଶଡା ଇତ୍ୟାଦି ଖାଦ୍ୟସାମଗ୍ରୀ ନଷ୍ଟ କରିଥିବା ଜଣାପଡ଼ିଛି।
ଲାଖପର ଗାଁର କୃଷିକା ଡ୍ରିଞ୍ଜୁ, ବାମୁନୁ କାଡ୍ରାକା, କାଳିଆ ସିକକା, ସୁକୃ ସିକକା, ପେଟା ସିକକା ଓ ପୁଲେମେ କାଡ୍ରାକାଙ୍କ ଚାଳଛପର ଘର ଭାଙ୍ଗିବା ସହ  ଖାଦ୍ୟସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ଖବର ପାଇ   ବନ ବିଭାଗ କର୍ମଚାରୀ ଲାଖପର ଗାଁରେ ପହଞ୍ଚି ସ୍ଥିତି ପରଖିଛନ୍ତି। ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ କହିଛନ୍ତି ଯେ ଆମ କର୍ମଚାରମାନେ ଲାଖପର ଗାଁକୁ ଯାଇଛନ୍ତି। ତଦନ୍ତ କଲାପରେ କ୍ଷୟକ୍ଷତି ହୋଇଥିବା ପରିବାରଙ୍କ ତାଲିକା ପ୍ରସ୍ତୁତ କରି ରିପୋର୍ଟ ଦାଖଲ କରିବେ। ସେହି ରିପୋର୍ଟ ଆଧାରରେ ସରକାରଙ୍କ ନିୟମ ଅନୁସାରେ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories