www.samajalive.in
Sunday, December 7, 2025
18.1 C
Bhubaneswar

ଖଣ୍ଡାରେ ଯୁବକକୁ ସଂଘବଦ୍ଧ ଆକ୍ରମଣ, ଆକ୍ରମଣକାରୀଙ୍କ ଘରକୁ ପଥର ମାଡ଼

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ପୂର୍ବ ଶତ୍ରୁତ କୁ କେନ୍ଦ୍ର କରି ଜଣେ ଛେଳି ଜଗିଥିବା ଯୁବକକୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଗାଁ ରେ ଉତ୍ତେଜନା ଦେଖା ଦେବା ସହ ଆକ୍ରମଣ କରିଥିବା ଲୋକଙ୍କ ଏକ ମୋଟରସାଇକେଲକୁ ଭଙ୍ଗାରୁଜା କରିବା ସହ ଘରକୁ ପଥର ମାଡ କରିଥିବା ଜଣାପଡିଛି ‌। ଅଭିଯୋଗ ଅନୁଯାୟୀ ରାଳବ ତଳ ସାହି ରେ ରହୁଥିବା ବି ସନ୍ତୋଷ (୩୨) ଗାଁ ଶେଷ ମୁଣ୍ଡ ରେ ଥିବା ନିଜ ଛେଳି ମନ୍ଦା ସହ ଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ ଟା ବେଳେ ଗ୍ରାମର ତିନି ଯୁବ ଅତର୍କିତ ଭାବେ ସେଠାରେ ପହଞ୍ଚି ସନ୍ତଷ କୁ ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ସନ୍ତୋଷଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ଦୁଇ ଗୋଡ ଭାଙ୍ଗି ଯାଇଛି।
ଘଟଣା ନେଇ ସନ୍ତୋଷ ନିଜ ବଡ ଭାଇ କ୍ରିଷ୍ଣ ଙ୍କୁ ଫୋନ ଯୋଗେ ଖବର ଦେଇଥିଲେ। କ୍ରିଷ୍ଣା ସେଠାରେ ପହଞ୍ଚିବା ପରେ ଆକ୍ରମଣ କାରୀମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେଠାରୁ ସେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଘଟଣା ପରେ ପରିବାର ଲୋକେ ଆହାତ ସନ୍ତୋଷ କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ପଠାଇ ପୁଲିସକୁ ଅବଗତ କରିଥିଲେ। ଘଟଣା ପରେ ସନ୍ତୋଷଙ୍କ ପରିବାର ଲୋକେ ଆକ୍ରମଣରେ ସମ୍ପୃକ୍ତ ରହିଥିବା କୁରମାୟା, ନାରସିହୁଂଲୁଙ୍କ ଘର ଉପରକୁ ପଥର ମାଡ କରିବା ସହ ଘର ସମ୍ମୁଖରେ ଥିବା ଏକ ମୋଟରସାଇକେଲ କୁ ଭଙ୍ଗାରୁଜା କରିଥିଲେ। ଖବର ପାଇ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ପ୍ରତି ନଜର ରଖିଛନ୍ତି। ଗ୍ରାମରେ ଉତ୍ତେଜନା ଲାଗି ରହିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories