ଗୋପାଳପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ୫ ଜଣ ଯୁବକ ଘରୁ ଅପହରଣ କରି ନେବା ସହ ନାବାଳିକାଙ୍କ ପରିବାରକୁ ଧମକ ଦେବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଗତ ୨୫ ତାରିଖ ଅପରାହ୍ନରେ ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବା ବେଳେ କୁମୁଦ ରଞ୍ଜନ ଦଳାଇ ଓ ଅନ୍ୟ ୪ ଜଣ ଯୁବକ ଜୋରଜବରଦସ୍ତ ତାଙ୍କୁ ଘରୁ ଉଠାଇ ନେଇଥିଲେ। ଘରକୁ ପରିବାର ବର୍ଗ ଫେରିବା ପରେ ନାବାଳିକାକୁ ଘରେ ନ ପାଇ ଖୋଜାଖୋଜି କରିବା ସମୟରେ ନାବାଳିକାୁଙ୍କ ଗ୍ରାମର ଏକ ବିଦ୍ୟାଳୟ ପଛପଟୁ ଠାବ କରି ଘରକୁ ଆଣିଥିଲେ। କିନ୍ତୁ ଏହି ଘଟଣା ପରେ ଅପହରଣ କରିଥିବା କୁମୁଦ ସମେତ ତାଙ୍କ ସାଙ୍ଗମାନେ ନାବାଳିକାଙ୍କ ଘରେ ପହଞ୍ଚି ପରିବାର ବର୍ଗଙ୍କୁ ଧମକ ଦେଇଥିଲେ। ଘଟଣା ନେଇ ବୁଧବାର ଥାନାରେ ପରିବାର ବର୍ଗଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୬୭୬/୨୩ ରେ ଏକ ମାମଲା ରୁଜୁ କରିବା ସହ ନାବାଳିକାଙ୍କୁ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ କରାଇ ବୟାନ ରେକର୍ଡ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅନ୍ୟ ପଟେ ପୁଲିସ ଘଟଣା ନେଇ ତଦନ୍ତ କରିବା ସହ ଅଭିଯୁକ୍ତକୁ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।
Popular Categories



