ପାର୍କିଂ ସ୍ଥଳରୁ ଚୋରି ଯାଇଥିବା ଟ୍ରକ ବାଙ୍କୀରୁ ଉଦ୍ଧାର

ଗୋପାଳପୁର: ଜାତୀୟ ରାଜପଥ ପାର୍ଶ୍ୱରେ ଥିବା କନିଷି ଢ଼ାବା ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରକକୁ ଗତ ୩ ତାରିଖରେ କିିଛି ଦୁର୍ବୃତ୍ତ ଚୋରୀ କରି ନେଇଥିଲେ। ଆଜି ସେହି ଚୋରି ହୋଇଥିବା ଟ୍ରକଟି ଟାଙ୍ଗୀ ନିକଟସ୍ଥ ରାମଦାସପୁରର ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇଛି। ତେବେ ଦୁର୍ବୃତ୍ତମାନେ ଟ୍ରକର ୬ ଟି ଚକ ଲୁଟି ନେଇଛନ୍ତି, କିନ୍ତୁ ସେଠାରେ ଟ୍ରକକୁ ଛାଡି ଚାଲି ଯାଇଥିବା ଜଣାପଡ଼ିଛି।

ହଳଦିଆପଦର ଅଶୋକ କୁମାର ଦଳବେହେରାଙ୍କ ଟ୍ରକକୁ ଗତ ୨ ତାରିଖରେ ଅଟୋ ନଗର ନିକଟ କନିସି ଢ଼ାବା ରାଜପଥ ପାର୍ଶ୍ୱରେ ଟ୍ରକକୁ ରଖି ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟ୍ରକର ଡୋର ଭାଙ୍ଗି ଚୋରି କରି ଚମ୍ପଟ ମାରିଥିଲେ। ୩ ତାରିଖ ସକାଳେ ଅଚାନକ ଅଶୋକଙ୍କ ମୋବାଇଲକୁ ଫାଷ୍ଟ ଟ୍ୟାଗ ମେସେଜ ଆସିବା ପରେ ସନ୍ଦେହରେ ପାର୍କିଂ ସ୍ଥାନକୁ ଆସି ଟ୍ରକ ନଥିବା ଦେଖିବାକୁ ପାଇଥିଲେ। ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୨୨୪/୨୩ରେ ମାମଲା ରୁଜୁ କରିବା ସହ ଆଇଆଇସି ବିବେକାନନ୍ଦ ମହନ୍ତ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିଲେ।

Comments are closed.