www.samajalive.in
Sunday, December 14, 2025
17.1 C
Bhubaneswar

ଇଣ୍ଡିଆ ବୁକ ଅଫ ରେକର୍ଡ଼ସରେ ସ୍ଥାନ ପାଇଲା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପ୍ରଧ୍ୟାପକ ସୈାରଭଙ୍କ କୃତି

ଗୋପାଳପୁର: ଶୀତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର କମ୍ପ୍ୟୁଟର ବିଜ୍ଞାନ ବିଭାଗରେ ପ୍ରଧ୍ୟାପକ ଭାବେ କାର୍ଯ୍ୟରତ ଥିବା ଡ଼ ସୈାରଭ କୁମାର ଭୋଇଙ୍କ କୃତିତ୍ୱ ପାଇଁ ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନିତ କରାଯାଇଛି। ଡ଼ ଭୋଇ ଅନେକ ଟେକ୍ନୋଲୋଜି ବ୍ୟବହାର କରି ଅଧିକ ଗବେଷଣା ପେପର ଲେଖି ଥିବାରୁ ତାଙ୍କୁ ଏହି ଟାଇଟଲରେ ସମ୍ମାନିତ କରାଯାଇଛି। ଡ଼ ଭୋଇ ୪୬ ଟି ଗବେଷଣା ପେପରକୁ ୧୪ ଟି ବିଭିନ୍ନ କମ୍ପୁଟର‌ ପ୍ରୋଗ୍ରାମିଙ୍ଗ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକ ଚେନ, କ୍ଲାଉଡ କମ୍ପୁଟିଂ, କୋ ନେକ୍ଟେଡ କାର, ଡିଜିଟାଲ ଇମେଜ ପ୍ରୋସେସିଂ, ଇକୋମର୍ସ, ଏଜ କମ୍ପୁଟିଂ, ହେଲଥ କେୟାର, ଏସଡିଏନ, ଯାନବାହାନ କ୍ଲାଉଡ, ଯାନବାହନ ଏବଂ ବେତାର ପ୍ରୋଗ୍ରାମିଙ୍ଗ ବ୍ୟବହାର କରି ଗବେଷଣା ପେପର ୨୦୧୪ ରୁ ୨୦୨୨ ମଧ୍ୟରେ ପ୍ରସ୍ତୁତ କରିଥିଲେ।

ଡ଼ ଭୋଇ ଏହା ପୂର୍ବରୁ ନିଜର ବିଭିନ୍ନ କୃତିତ୍ୱ ନିମନ୍ତେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ମଧ୍ୟ ହୋଇଛନ୍ତି। ତାଙ୍କର ଅନୁସନ୍ଧାନ କାର୍ଯ୍ୟ ନିମନ୍ତେ ଆନ୍ତର୍ଜାତିକ ପୁରସ୍କାର (ଆଇଟି ପ୍ରିମିୟମ ଆଓ୍ବାର୍ଡ-୨୦୧୬), ରାଜ୍ୟ ପୁରସ୍କାର (ରାଉରକେଲା ବିପିୟୁଟି ପକ୍ଷରୁ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଅନୁସନ୍ଧାନ ପୁରସ୍କାର -୨୦୨୧), ସଦାନନ୍ଦ ମେମୋରିଆଲ ପୁରସ୍କାର (ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସ) ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହା ସହ ଡ଼ ଭୋଇଙ୍କ ପକ୍ଷରୁ ମେସିନ ଲର୍ନିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟରନେଟ ଅଫ ଥିଙ୍ଗସ, ବର୍ଣିତ ଗଣିତ ଓ ସୂଚନା ସୁରକ୍ଷା ନେଉ ଅନେକ ପ୍ରକାରର ଗବେଷଣା କରାଯାଇଛି। ଏଥି ସହ ଡ଼ ଭୋଇଙ୍କ ଦ୍ବାରା ପ୍ରସ୍ତୁତ ୧୦୦ ରୁ ଉର୍ଦ୍ଧ୍ବ ଗବେଷଣା ପେପର ଗୁଡିକ ବିଭିନ୍ନ ଆନ୍ତର୍ଜାତିକ ଜର୍ଣାଲ ଓ କର୍ମଶାଳାରେ ପ୍ରକାଶିତ ହୋଇଛି। ଡ଼ ଭୋଇ ଏହି ରେକର୍ଡରେ ସମ୍ମାନିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ବାଗତ ଜଣାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ରଞ୍ଜନ କୁମାର ସ୍ବାଇଁ ଏବଂ ଅନ୍ୟାନ୍ୟ ପ୍ରଧ୍ୟାପକମାନେ ଡ଼ ଭୋଇଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories