ହଷ୍ଟେଲରୁ ନିଖୋଜ ୨ ଶିଶୁଙ୍କୁ ଗ୍ରାମବାସୀ ଉଦ୍ଧାର କରି ପୁଲିସରେ ଜିମା ଦେଲେ

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଲୁଡୁରୁ ସ୍ଥିତ ସରକାରୀ ଆଶ୍ରମ ବିଦ୍ୟାଳୟର ୨ ନିଖୋଜ ଛାତ୍ରଙ୍କୁ ହିକିରିକୁପା ଗ୍ରାମବାସୀ ଉଦ୍ଧାର କରି ପୁଲିସରେ ଜିମା ଦେଇଛନ୍ତି। ଦୁଇ ନିଖୋଜ ନାବାଳକ ବିଦ୍ୟାଳୟର ପ୍ରଥମ ଶ୍ରେଣୀର ଛାତ୍ର। ଜଣେ ଦୋଘରିଆ ଗାଁର ସମ୍ବିତ ମଲ୍ଲିକ ଓ ଅନ୍ୟ ଜଣେ ଆଶ୍ରୟପୁର ଗାଁର ପବିତ୍ର ଶବର ଆଜି ଭୋର ସକାଳୁ ଦୁଇ ଜଣ ଛାତ୍ର ହଷ୍ଟେଲ ଛାଡି ଚାଲିଯାଇଥିଲେ। ରାସ୍ତାରେ ଚାଲି ଚାଲି ନିଜ ଗାଁକୁ ଯାଉଥିବା ବେଳ ଗ୍ରାମବାସୀ ଅଟକ ରଖି ପଚାର ଉଚରା କରିବା ପରେ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛନ୍ତି। ଘଟଣାସ୍ଥଳରେ ବ୍ଲକ ମଙ୍ଗଳ ଅଧିକାରୀ ପହଞ୍ଚି କାହିଁକି ହଷ୍ଟେଲ ଛାଡି ଦୁଇ ଛାତ୍ର ଲୁଚି ପଳାଉଥିଲେ ସେ ବିଷୟରେ ପଚରାଉଚରା କରୁଛନ୍ତି। ଅପରପକ୍ଷେ ପିଲାଙ୍କୁ ଶିକ୍ଷକ ମାଡ଼ ମାରୁଥିବାରୁ ଛାତ୍ର ଲୁଚି ଘରକୁ ପଳାଉଥିବା ଗ୍ରାମର କିଛି ଲୋକ ଅଭିଯୋଗ କରିଥିବା ବେଳେ ଶିକ୍ଷକ ଏହାକୁ ଅସ୍ବୀକାର କରିଛନ୍ତି।

Comments are closed.