www.samajalive.in
Saturday, December 6, 2025
23.1 C
Bhubaneswar

ବିବାହ ସମାରୋହରେ ବାଣରୁ ଲାଗିଲା ନିଆଁ; ଗୋଟିଏ ପରିବାରର ୬ ମୃତ

ପାଟନା : ବିହାରର ପାଟନାରେ ହୋଟେଲରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ହେବା ପରେ ଆଉ ଏକ ଅଘଟଣ ସାମ୍ନାକୁ ଆସିଛି। ଗ୍ୟାସ ବିସ୍ଫୋରଣ ହୋଇ ଗୋଟିଏ ପରିବାରର ଛଅ ଜଣଙ୍କ ଜୀବନ ଚାଲି ଯାଇଛି। ଗୁରୁବାର ମଧ୍ୟ ରାତ୍ରିରେ ବରଯାତ୍ରୀ ବିବାହ ସମାରୋହରେ ଆତସବାଜି କରିବା ସମୟରେ ଏଥିରୁ ନିଆଁ ଟେଣ୍ଟରେ ପ୍ରଥମେ ଲାଗି ପରେ ସମ୍ପୂର୍ଣ୍ଣ ପେଣ୍ଡାଲରେ ନିଆଁ ଲାଗି ଯାଇଥିଲା। ଏହାପରେ ସେଠାରେ ଥିବା ସିଲିଣ୍ଡର ବିସ୍ଫୋରଣ ଘଟି ଏହି ନିଆଁ ବ୍ୟାପି ଗୋଟିଏ ପରିବାରର ଛଅ ଜଣଙ୍କ ମୃତ୍ୟୁ ଘଟିଛି। କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଚମକି ପଡିବେ ; ଜାଣନ୍ତୁ କେଉଁଠି ମିଳୁଛି ସୁନା-ଚାନ୍ଦିର ଗୁପଚୁପ, ଦେଖନ୍ତୁ ଭିଡିଓ..

- Advertisement -

ପାଟନା ଜିଲାର ଅଲିନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି। ଜଣେ ବ୍ୟକ୍ତିଙ୍କ ଝିଅର ବିବାହର ଆୟୋଜନ ପାଇଁ ତାଙ୍କ ପଡୋଶୀଙ୍କ ଘର ନିକଟରେ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଟେଣ୍ଟ ପରେ ସିଲିଣ୍ଡରରେ ନିଆଁ ଲାଗି ବିସ୍ଫୋରଣ ପରେ କେହି କିଛି ବୁଝିବା ଆଗରୁ ନିଆଁ ଚାରି ଆଡେ ବ୍ୟାପି ଯାଇ ଏହି ପରିବାରର ଛଅ ଜଣଙ୍କ ଜୀବନ ଚାଲି ଯାଇଥିଲା। ଘଟଣା ପରେ ହଇଚଇ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରି ଥିଲେ ମଧ୍ୟ ଅସଫଳ ହୋଇଥିଲେ। ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

 

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories