www.samajalive.in
Friday, December 5, 2025
23.1 C
Bhubaneswar

ଆମେରିକାରେ ପୁଲିସ ଗୁଳିରେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ପୁଲିସ ଗୁଳିରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ଗିରଫ ସମୟରେ ପୁଲିସ କର୍ମଚାରୀଙ୍କ ସହିତ ନିଜ ଗାଡ଼ି ଧକ୍କା କରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ସଚିନ ସାହୁ ଏବଂ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତ ୨୧ ତାରିଖରେ ସନ୍ଧ୍ୟାରେ ସେଣ୍ଟ ଆଣ୍ଟୋନିଓରେ ଥିବା ଚେଭିଅଟ ହାଇଟ୍ସରେ  ସଚିନ ଅସ୍ତ୍ରଶସ୍ତ୍ର ସହ ଆକ୍ରମଣ କରିବାକୁ ଆସିଥିବା ନେଇ ପୁଲିସକୁ ଖବର ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣେ ୫୧ ବର୍ଷୀୟା ମହିଳାଙ୍କୁ ଏକ ଗାଡ଼ି ବାରମ୍ବାର ଧକ୍କା ଦେଉଥିବା ଦେଖିବାକୁ ପାଇଥିଲା। ପୁଲିସକୁ ଦେଖି ଗାଡ଼ି ଚାଳକ ଗାଡ଼ି ସହିତ ଫେରାର ହୋଇଯାଇଥିଲେ। ଉକ୍ତ ଗାଡ଼ିକୁ ସଚିନ ଚଳାଉଥିଲେ। ସଚିନ ହିଁ ନିଜେ ଆକ୍ରମଣକାରୀ ଥିଲେ। ପରେ ପୁଲିସ ଆହତ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହା ପରେ ସେଣ୍ଟ ଆଣ୍ଟୋନିଓ ପୁଲିସ ସଚିନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା।

- Advertisement -

ସନ୍ଧ୍ୟାରେ ସଚିନ ଘରକୁ ଫେରିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତାଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲ। । କିନ୍ତୁ ସଚିନ ନିଜ ଗାଡ଼ିରେ ପୁଲିସକୁ ଧକ୍କା ଦେଇ ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ଗୁଳି ଚଳାଇବାରୁ ଘଟଣାସ୍ଥଳରେ ସଚିନଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories