ସା​‌ଢେ ୮ଟା ସୁଦ୍ଧା ୩୬ ଟପିଲା: ୩୬.୨ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ସକାଳୁ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଅସହ୍ୟ ତାତି ଅନୁଭୂତ ହେଲାଣି। ସାଢେ ୮ଟା ସୁଦ୍ଧା ୩୬ ଡିଗ୍ରୀ ଟପିଲାଣି ପାରଦ। ୩୬.୨ ଡିଗ୍ରୀ ସହ ଭବାନୀପାଟଣା ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି। କେନ୍ଦୁଝରରେ ୩୫.୬, ତାଳଚେର , ବାରିପଦା ଓ ଅନୁଗୁଳରେ ୩୫ ଡିଗ୍ରୀ , ଭୁବନେଶ୍ଵର ଓ ବାଲେଶ୍ଵର ୩୩.୬, କଟକରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେପଟେ ସିଭିୟର ହିଟ୍‌ ଓ୍ବେଭ୍ ନେଇ ୯ ଜିଲ୍ଲାକୁ ହିଟ୍ ଓ୍ବେଭ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି, ବାଲେଶ୍ଵର, ମୟୁରଭଞ୍ଜ, ଝାରସୁଗୁଡା, ଢେଙ୍କାନାଳ , ବଲାଙ୍ଗୀର , ନୂଆପଡା ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।

Comments are closed.