www.samajalive.in
Saturday, December 6, 2025
19.1 C
Bhubaneswar

‘ସମାଜ’ର ପ୍ରଭାବ : ରାତାରାତି ମରାମତି ହେଉଛି ରାଜ୍ୟ ରାଜପଥ

କଳାପଥର : ‘ସମାଜ’ରେ ରାସ୍ତା ପାଲଟିଛି ମରଣ ଯନ୍ତା ଶୀର୍ଷକ ଗତ ୨୩ତାରିଖରେ ଖବର ପ୍ରକାଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ପୂର୍ତ୍ତ ବିଭାଗ ସମେତ ଗ୍ରାମୀଣ ଜଳ ଯୋଗାଣ ପ୍ରଶାସନର ନିଦ ଭାଙ୍ଗିଛି। ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଅଧୀନ ବାଘମାରୀ -କଳାପଥର ରାଜ୍ୟ ରାଜପଥ ରାସ୍ତା ମରଣ ଯନ୍ତା ପାଲଟିଛି। ଧଳାପଥର ଗୋଳେଇ ଛକ ଠାରୁ କଳାପଥର ମେଡିକାଲ ଛକ ଦେଇ ଚାରିଛକ ରାସ୍ତା କଡ଼ ସହ ମୁଖ୍ୟ ଢ଼ଳେଇ ରାସ୍ତା କାଟି ଖୋଳି ବଡ଼ ବଡ଼ ଖାଲ ଖମା କରି ବୃହତ ପାଇପ ବିଛାଇଥିଲା।

୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..


ଏହି ରାସ୍ତା ଉପରେ ଶହ ଶହ ଲୋକ ନିର୍ଭର କରୁଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଥିଲା। ମେଗା ପାନୀୟ ଜଳ ପାଇଁ ପ୍ରାୟ ୨ହଜାର କୋଟି ଟଙ୍କାର ଅନୁଦାନ ପାଇ ରାସ୍ତା ଢ଼ଳେଇ କାଟି ପାଇପ ପକାଇବା ପରେ ପୁନଃ କଂକ୍ରିଟ ଢ଼ଳେଇ କରିବାର ନିୟମ ଥିଲା ବେଳେ, ମାତ୍ର ପ୍ରକଳ୍ପ ନିର୍ମାଣ କରୁଥିବା ଠିକାଦାର ସରକାରଙ୍କ ନିୟମକୁ ଫୁ କରି ୬ମାସ ହେଲା ଏଡାଇ ଦେଇ ଆସୁଥିଲା। ଯାହା ଫଳରେ ବହୁ ଗୁରୁତର ଦୁର୍ଘଟଣା ସହ ଆହତ ହୋଇ ମେଡିକାଲ ଯାଇଥିବାର ନଜର ରହିଅଛି।  ବିଳମ୍ବିତ ରାତ୍ରିରେ ଠିକାଦାର ଢ଼ଳେଇ କରୁଥିବା ବେଳେ ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମାଜ ଖବର କାଗଜରେ ଖବର ପ୍ରସାରିତ ହେବାରୁ ଉକ୍ତ କାଯ୍ୟ ହେଉଥିବାରୁ ଧଳାପଥର ବଜାରରେ ଦୋକାନ କରିଥିବା ଡ଼ଃ ପ୍ରଫୁଲ ସାହୁ, ଅଜୟ କୁମାର ଦାସ, ଭୋଳାନାଥ ବେହେରା,ଶିଖାବିତ୍ତ ଆର୍ତ୍ତବନ୍ଧୁ ପ୍ରାଧନ ପ୍ରମୁଖଙ୍କ ସମେତ ସାଧାରଣରେ ଧନ୍ୟବାଦ ଜଣାଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories