www.samajalive.in
Monday, December 15, 2025
16.1 C
Bhubaneswar

ବାରଣ ସତ୍ତ୍ୱେ ଗୋପାଳପୁର ବେଳାଭୂମି ଚଳଚଞ୍ଚଳ

ଗୋପାଳପୁର: ଗୋପାଳପୁର ବେଳାଭୂମି ପ୍ରବେଶ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ୨ ଦିନ ପର୍ଯ୍ୟଟକଙ୍କୁ ବାରଣ ସତ୍ତ୍ୱେ ଆଜି ଅପରାହ୍ନରେ ଏଠାରେ ପର୍ଯ୍ୟଟକଙ୍କ ଗହଳି ଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପୁଲିସ ଗୋପାଳପୁର କଲେଜ୍ ଛକ ଠାରେ ବ୍ଲକିଂ କରୁଥିଲେ ମଧ୍ୟ ଅମାନିଆ ଲୋକେ ଅନ୍ୟ ବାଟ ଦେଇ ବେଳାଭୂମିରେ ଆସୁଥିବା ପରିଲିକ୍ଷିତ ହୋଇଛି। ବେଳାଭୂମିରେ ନିୟୋଜିତ ପୁଲିସ୍ ପକ୍ଷରୁ ପର୍ଯ୍ୟଟକଙ୍କୁ ବେଳାଭୂମିକୁ ଯିବାକୁ ବାରଣ କରିଥିଲେ ମଧ୍ୟ ଅମାନିଆ ପର୍ଯ୍ୟଟକ ବେଖାତିର ଭାବେ ବୁଲୁଥିବା ଜଣାପଡିଛି। ସମ୍ଭାବ୍ୟ ଅସାନି ବାତ୍ୟାକୁ ନଜରରେ ରଖି ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଳାଭୂମିକୁ ପର୍ଯ୍ୟଟକଙ୍କୁ ବାରଣ କରିଛନ୍ତି। ୧୦ ଓ ୧୧ ତାରିଖ ଦୁଇଦିନ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଲୋକଙ୍କ ସଚେତନତାର ଅଭାବ ଯୋଗୁଁ ଏପରି ପରିସ୍ଥିତି ପରିଲିକ୍ଷିତ ହୋଥିବା ଆଲୋଚନା ହେଉଛି। ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories