ପାଟଣା: ଆନ୍ଧ୍ରର ସାମଲକୋଟ ଠାରେ କାମ କରିବା ପାଇଁ ଯାଇଥିବା ଘଟଗାଁ ବ୍ଲକ୍ ବଡମସିଣାବିଲା ଗ୍ରାମର ଲେମ୍ବୁଧର ଗାୟାଁ ଓରଫ ଚରଣ (୨୭) ଙ୍କର ଗତ ୧୦ତାରିଖ ପୂର୍ବାହ୍ନରେ ଶ୍ରୀକାକୁଲମ ରେଳଷ୍ଟେସନରେ ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦେହ ଖରାପ ହେବାରୁ ଗତ ୯ ତାରିଖ ସେଠାରୁ ଉପେନ୍ଦ୍ରଙ୍କୁ କୋଣାର୍କ ଏକ୍ସପ୍ରେସରେ ଘରକୁ ଫେରାଇ ଅଣାଯାଉଥିବା ସମୟରେ ସେ ଶ୍ରୀକାକୁଲମ ଷ୍ଟେସନରେ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ମିଳି ନଥିଲା।ଏନେଇ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ତାଙ୍କ ବଡ଼ଭାଇ ସୁରେନ୍ଦ୍ର ଗାୟାଁ ଶ୍ରୀକାକୁଲମ ଯାଇ ସନ୍ଧାନ ନେବା ପରେ ଗତ ୧୦ ତାରିଖ ଉପେନ୍ଦ୍ର ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଛନ୍ତି। ଏ ନେଇ ସେ ସେଠାକାର ରେଳବାଇ ଥାନାରେ ଲିଖିତ ଜଣାଇଛନ୍ତି।
Popular Categories



