www.samajalive.in
Monday, December 15, 2025
15.1 C
Bhubaneswar

ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଜେପି କର୍ମୀଙ୍କ ରାଲି ଓ ବିକ୍ଷୋଭ

ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକ ତରଫରୁ ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନାଙ୍କ ନେତୃତ୍ବରେ ଶହଶହ ବିଜେପି କାର୍ଯ୍ୟକର୍ତ୍ତା ଆଜି ଏକ ବିରାଟ ମୋଟରସାଇକେଲ ରାଲିରେ ବ୍ଲକ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ପ୍ରଶାସନିକ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥାନୀୟ ଭୈରବୀ ମନ୍ଦିର ସମ୍ମୁଖରୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ବିଜେପି କର୍ମୀମାନେ କନିଷି ସ୍ଥିତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟାଳୟ ଘେରାଉ କରିବା ସହ ନାରାବାଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଗତ ଲଗାଣ ବର୍ଷାରେ ଚାଷୀକୁଳ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ତହସିଲଦାର କୌଣସି ଚାଷୀଙ୍କ ନିକଟକୁ ନଯାଇ ପ୍ରକୃତ କ୍ଷୟକ୍ଷତି ର ଆକଳନ କରିନାହାନ୍ତି ଯଦ୍ବାରା ଏଯାବତ ପଇସାଟିଏ ମଧ୍ୟ ଚାଷୀ କ୍ଷତି ପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି। କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଉଦ୍ଦିଷ୍ଟ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ପି.ଏମ୍ କିଶାନ ଯୋଜନାରେ କନିଷି ତହସିଲର ବଞ୍ଚିତ ଚାଷୀଙ୍କୁ ସାମିଲ ନକରିବା ଏବଂ ଚାଷ ଜମିକୁ ଜଳସେଚନର ବ୍ୟବସ୍ଥା ନଥିବା ବିଜେପି ଅଭିଯୋଗ କରିଛି। ବାସହୀନମାନଙ୍କୁ ନିମନ୍ତେ ବାସଉପଯୋଗି ଜମି ଯୋଗାଇ ନଦେବା, ମୋରମ, ବାଲି, ପଥର ଖଣି ବେଧଡକ ଲୁଟୁଥିବା ମାଫିଆମାନଙ୍କର ରକ୍ଷାକବଚ ସାଜି ଅନୁକମ୍ପା ଦେଖାଇ ଟ୍ରାକ୍ଟର ଖଣ୍ଡେ ରଖିଥିବା ଚାଷୀକୁ ମାଟି ଗଣ୍ଡେ ନେଲେ ପ୍ରଚୁର ଅର୍ଥ ଆଦାୟ କରାଯାଇଥିବା ନେଇ ନାରାବାଜି ଦେଇଥିଲେ।

- Advertisement -

ବି.ଜେ.ଡି ଦଳୀୟ ଆଧାରରେ ମୋରମ, ପଥର ଖଣି ଦେବା, ବାଛି ବାଛି ପଟା ଦେବା, ସରକାରୀ ଜମିକୁ ଜବର ଦଖଲ କରି ଅନ୍ୟକୁ ଦାଉ ସାଧିଲା ଭଳି ଅନୈତିକ କାମ କନିଷି ତହସିଲ ଅଫିସରେ କରାଯାଉଥିବା ନେଇ ଏକ ଲିଖିତ ଅଭିଯୋଗ କରାଯାଇ ଏକ ସ୍ମାରକ ପତ୍ର ତହସିଲଦାର ସୋନାଲି ଚାନ୍ଦଙ୍କୁ ପ୍ରଦାନ କରାଯାଇଥିଲା। ଏହାପରେ ବିଜେପି କର୍ମୀମାନେ ତହସିଲ ଅଫିସ୍ ସାମ୍ନାରୁ ପଦଯାତ୍ରାରେ ବାହାରି ରଙ୍ଗେଇଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି ପ୍ରଦର୍ଶନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories