www.samajalive.in
Monday, December 15, 2025
15.1 C
Bhubaneswar

ଗୋପାଳପୁରର ବିଭିନ୍ନ ସ୍ଥାନରେ ଏଡସ ଦିବସ ପାଳିତ

ଗୋପାଳପୁର: ଡୁରା ରାମନାରାୟଣ ଡିଗ୍ରୀ କଲେଜରେ ବୁଧବାର ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଯୁବ ରେଡ୍ କ୍ରସ ସଂଜୋଜିକା ଡଃ. ଉଷା ରାଣୀ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଏଡ୍ସ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ କଲେଜ ଅଧ୍ୟକ୍ଷ ଡଃ. ପିନାକୀ ମହାନ୍ତି ଏବଂ ବିଚାରକ ଭାବରେ ସସ୍ମିତା ସାବତ ଓ ନମିତା ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ଅବସରରେ କ୍ଷୁଦ୍ର ଗଳ୍ପ ଲିଖନ ଓ ପୋଷ୍ଟର ପ୍ରଦର୍ଶନୀ ପ୍ରତିଯୋଗିତା ମାଧ୍ୟମରେ ଯୁବ ରେଡ୍ କ୍ରସ୍ ତରଫରୁ ଏକ ନିଆରା ଢଙ୍ଗରେ ସଚେତନ କରାଇବା ପାଇଁ ପ୍ରୟାସ କରାଯାଇଥିଲା। ଏହି ପ୍ରତିଯୋଗିତା ରେ ମନୀଷା, ଶିବାନୀ, ଓମ, ଯତୀନ, ରୋହନ, ରାକେଶ, ରୋଜାଲିନ, ରବୀନ୍ଦ୍ର ଏବଂ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

ଡୁରା ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ ହୋଇଥିଲା। କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ଏଡ଼ସ ରୋଗର ଭୟାବହତା ଓ ନିରାକରଣ ସମ୍ପର୍କରେ ଅଧ୍ୟକ୍ଷ ବିଦୁ ଭୂଷଣ ନାୟକ ଯୁବ ରେଡକ୍ରସ୍ ଅଧିକାରୀ ଡ଼ଃ.ହରିହର ମୁନି ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସଚେତନତା କରିବା ସହ ସଚେତନତା ରlଲି ବହାରି ଅଞ୍ଚଳ ପରିକ୍ରମା କରିଥିଲେ।ଏଥିରେ ସ୍କାଉଟ୍ ଓ ଗାଇଡ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଜାତୀୟ ସେବା ଯୋଜନା ର ପ୍ରୋଗ୍ରାମ ଅଫିସର ଡ଼.କବିନ୍ଦ୍ର କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ବିଶ୍ୱ ଏଡ଼ସ୍ ଦିବସ ଅବସରରେ ପିଏମ୍ଇସି ଛାତ୍ରଛାତ୍ରୀ ଅଭିନବ ଉପାୟରେ ସଚେତନତା ସୃଷ୍ଟି କରିଛନ୍ତି। ବିଧବାର ସକାଳେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଡ଼ାକ୍ତରଖାନାରେ କଲେଜର କ୍ରିୟାଶୀଳ କ୍ଲବ ଇମାଜିକ୍ସ କ୍ଲବ ପକ୍ଷରୁ ଡାକ୍ତରଖାନାରେ ସଚେତନତା କରାଯାଇଥିଲା। କ୍ଲବ ପକ୍ଷରୁ ଶୁଭମ, ସୌମ୍ୟ ରଞ୍ଜନ ଦାଶ, କେ ବିଜୟ କୁମାର ରେଡ଼ି ଓ ରାହୁଲ ପ୍ରମୁଖ ସଚେତନତା ସୃଷ୍ଟି କରିଥିଲେ। କ୍ଲବ ପକ୍ଷରୁ ଛାତ୍ର ପ୍ରତିନିଧି ରାହୁଲ କୁମାର ଜଣେ କୁନି ପିଲାର ଜରୁରୀ କାଳୀନ ଚିକିତ୍ସା ପାଇଁ ରକ୍ତଦାନ କରିଥିଲେ।ଅନ୍ୟ ପକ୍ଷରେ ପିଏମ୍ଇସି କ୍ୟାମ୍ପସ ପରିସରରେ ପିଏମ୍ଇସି କଳାକାର ପରିବାର ପକ୍ଷରୁ ଏଡ଼ସ୍ ସଚେତନତା ସୃଷ୍ଟି କରିବାକୁ ନେଇ ଏକ ଛୋଟ ଡ୍ରାମା ଅନୁଷ୍ଠିତ ହୋଇଥିଲା।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ପିଏମ୍ଇସି କଳାକାର ପରିବାର ସଂଯୋଜିକା ଅଧ୍ୟାପିକା ଶୁଭଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories