ଗୋପାଳପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମପଞ୍ଚାୟତ ଅଧିନସ୍ଥ ମାର୍କଣ୍ଡି ଗ୍ରାମବାସୀମାନେ ଆଜି ବିଧିବଦ୍ଧ ଭାବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଜାପାକୁ ସମର୍ଥନ କରିବା ସହ ଭାଜାପାରେ ଯୋଗଦାନ କରିଛନ୍ତି। ଏହା ନେଇ ସ୍ଥାନୀୟ ମାର୍କଣ୍ଡଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଜନତା ପାର୍ଟି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା ଯୋଗ ଦେଇ ଗ୍ରାମବାସୀଙ୍କ ଏହିପରି ଭାଜାପାକୁ ସମର୍ଥନ ଜଣାଇ ଥିବାରୁ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ଜିଲ୍ଲାପରିଷଦ ସଭ୍ୟ ଵିନୋଦ ଚନ୍ଦ୍ର ମିଶ୍ର, ଏଲ୍ . ମୋହନ ଦାସ୍, ମଣ୍ଡଳ ସଭାପତି ବ୍ରଜମୋହନ ନାହକ, ସନତ କୁମାର୍ ନାୟକ, ସୁଶାନ୍ତ ନାୟକ୍, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କୁମାର୍ ଷଡ଼ଙ୍ଗୀ, ଏନ୍. ରାଜେନ୍ଦ୍ର , ୟୁବମୋର୍ଚ୍ଚା ରାଜ୍ଯ କାର୍ଯ୍ୟକାରୀଣି ସଦସ୍ୟ ଶୁବାସିଶ ସାହୁ, ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଜଗମୋହନ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଗ୍ରାମବାସୀମାନେ ସେମାନଙ୍କ ମୁଖ୍ୟ ସମସ୍ୟା ରହିଥିବା ମାର୍କଣ୍ଡି ମୁହାଣକୁ ସବୁଦିନିଆ ମୁହାଣ କରିବା ଓ ଜେ.ଟି ନିର୍ମାଣ କରିବା ଦ୍ବାଉ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ, କିନ୍ତୁ ଆଜି ଯାଏଁ ଶାସକ ଦଳ ପକ୍ଷରୁ ଏହି ଦାବିକୁ ପୂରଣ କରିବାର ବିଫଳ ହୋଇଛନ୍ତି। ଏଥି ସହ ଯୁବକମାନଙ୍କୁ ରୋଜଗାର ମିଳୁ ନଥିବାରୁ ବାଧ୍ୟ ହୋଇ ମତ୍ସ୍ୟଜୀବୀମାନେ କେରଳ, ଚେନ୍ନାଇ ଜୀବିକା ନିର୍ବାହ ପାଇଁ ଯିବାକୁ ପଡ଼ୁଛି।
ଏହା ମଧ୍ୟରେ ତିନି ଥର ସାଧାରଣ ନିର୍ବାଚନ ହୋଇ ଯାଇଥିଲେ ମଧ୍ୟ ମତ୍ସ୍ୟଜୀବୀମାନଙ୍କର ଏହି ମୂଖ୍ୟ ସମସ୍ୟା ଦୂର କରିବା ହୋଇପାରିଲା ନାହିଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଥିଲେ। ଏଣୁ ଆଜି ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଭାରତିୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି ବୋଲି ମିଶ୍ରଣ ପର୍ବରେ ମତବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରେ ଶତାଧିକ ଗ୍ରାମବାସୀଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ବି. ଏରେୟା,ବି. ରୁଦ୍ରେୟା, ଏନ୍. ଜଗାରାଓ, ବି. କଲେୟା, ସି ଏଚ୍. ଚନ୍ଦ୍ରମଣି,ଏମ୍. ଶ୍ରିନୁ ଏମ୍. କୋର୍ଲେୟା, ବି. କାମେୟା,ଏମ୍. ଚିନେୟା ଓ କେ. ସନ୍ନ୍ୟାସୀ ପ୍ରମୁଖ ମଂଚାସୀନ ଥିଲେ।



