www.samajalive.in
Sunday, December 14, 2025
26.1 C
Bhubaneswar

ସିକୋରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ

ସିକୋ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମର ମା ବଘେଇ ଡୋମଣୀଙ୍କ ପଡ଼ିଆରେ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଗତକାଲି ରାତିରେ ଅନୁଷ୍ଠିତ ହୋଇଯାଇଛି। ମା ବଘେଇ ଡୋମଣି ଅସୋସିଏସନର ବିଭୂତି ଭୂଷଣ ବେହେରା ଏବଂ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ୱରେ ଏହି ଟୁର୍ଣ୍ଣ।ମେଣ୍ଟ ଆରମ୍ଭ ହୋଇଥିଲା। ଉକ୍ତ ଖେଳରେ ୮ ଗୋଟି ଦଳ ଭାଗ ନେଇଥିଲେ। ନିର୍ଦ୍ଧାରିତ ସୀମିତ ୮ ଓଭର ଫାଇନାଲରେ ହଜ ସହିତ ଅଠାରଙ୍ଗ ଦଳମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ହଜ ୭ ଉଇକେଟ ହରାଇ ୮ ଓଭରରେ ୫୪ ରନ ସଂଗ୍ରହ କରି ବିଜୟୀ ହୋଇଥିବା ବେଳେ ଅଠାରଙ୍ଗ ଦଳ ୭ ଉଇକେଟ ହରାଇ ୮ ଓଭରରେ ୩୫ ରନ କରି ପରାଜିତ ହୋଇଥିଲା।

ଏହି ଉପଲକ୍ଷେ ଆୟୋଜିତ ସଭାରେ ସମାଜସେବୀ ଅରବିନ୍ଦ ରାୟ, ନରତ୍ତମ ସାହୁ ଏବଂ ସଂଜୟ କୁମାର ବାହୁ ବଳେନ୍ଦ୍ର ଅତିଥି ଭାବେ ଯୋଗ ଦେଇ ବିଜୟୀ ଦଳକୁ ୫ ହଜାର ଏବଂ ପରାଜିତ ଦଳକୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ। ଖେଳ ପରିଚାଳନା କରିଥିଲେ ପଦ୍ମଚରଣ ବେହେରା ଏବଂ ସନ୍ତୋଷକୁମାର ମହାପାତ୍ର। ସହଯୋଗ କରିଥିଲେ ଆକାଶକୁମାର ମହାପାତ୍ର, ସାଗର ରାଉତରାୟ, ଦେବେଶ କୁମାର ମହାପାତ୍ର, ଶତ୍ରୁଘ୍ନ ପ୍ରଧାନ, ସାଗର ପ୍ରଧାନ, ଲଷ୍ମୀକାନ୍ତ ନନ୍ଦ ଏବଂ ମାନସ ସାମନ୍ତରାୟ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories